ଚିଟଫଣ୍ଡ ଟଙ୍କା ଫେରାଇବାରେ ବି ହେରାଫେରି, ଅସନ୍ତୁଷ୍ଟ ଜମାକାରୀ ନେଇଗଲେ କାଗଜପତ୍ର

Advertisment
ଚିଟଫଣ୍ଡ ଟଙ୍କା ଫେରାଇବାରେ ବି ହେରାଫେରି, ଅସନ୍ତୁଷ୍ଟ ଜମାକାରୀ ନେଇଗଲେ କାଗଜପତ୍ର

କଣ୍ଟାମାଳ: କଣ୍ଟାମାଳ ବ୍ଲକ୍‌ ପଲସାଗୋରା ପଞ୍ଚାୟତ ପରା ଆର୍‌ଆଇ ଅଫିସରେ ଗୁରୁବାର ଗୋଲ୍‌ଡେନ ଲ୍ୟାଣ୍ଡ ଚିଟଫଣ୍ଡ ସଂସ୍ଥାର ଜମାକାରୀମାନଙ୍କୁ ସେମାନଙ୍କ ଜମାରାଶି ଫେରସ୍ତ କରିବା ପାଇଁ ଆବେଦନପତ୍ର ସଂଗ୍ରହ କରାଯାଉଥିଲା। ଏହି କାର୍ଯ୍ୟକ୍ରମରେ ବ୍ଲକ୍‌ ଯୋଗାଣ ଅଧିକାରୀ ଦେବକାନ୍ତ ମହନ୍ତ, ପରା ଆର୍‌ଆଇ ଯଜ୍ଞେଶ୍ଵର ମଲ୍ଲିକ ଓ ବିଭାଗୀୟ ଅଧିକାରୀଙ୍କ ସହ ମନମୁଣ୍ଡା ପୁଲିସ ଉପସ୍ଥିତ ଥିଲେ। ଜମାକାରୀ ମୂଳ ଜମା ଟଙ୍କା ପାଇବା ପରିବର୍ତ୍ତେ ତାର ୧୦ ପ୍ରତିଶତ ଟଙ୍କା ମଧ୍ୟ ପାଉ ନଥିବା ଅଭିଯୋଗ ହୋଇଛି।

କଣ୍ଟାମାଳ ବ୍ଲକ ଶିମିଳିପଦର ପଞ୍ଚାୟତ ପଥର୍ଲା ଗ୍ରାମର ବୀର ନାଏକ(୪୫) କିଛି ବର୍ଷ ତଳେ ୨୧୦୦ ଟଙ୍କା ଏହି ସଂସ୍ଥାରେ ଜମା କରିଥିଲେ। କିନ୍ତୁ ତାଙ୍କୁ ୨୦୦ ଟଙ୍କା ପାଇବାକୁ ଅଧିକାରୀମାନେ କହିବାରୁ ଏହି ଜମାକାରୀ ଜଣକ ଦେଇଥିବା ଆବେଦନପତ୍ର ସହିତ ସମସ୍ତ କାଗଜପତ୍ର ଫେରାଇ ନେଇ ନିରାଶ ହୋଇ ଘରକୁ ଫେରିଥିଲେ। ଏହିଭଳି ଶତାଧିକ ଜମାକାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଏହାର ପୁନର୍ବିଚାର କରି ପଦକ୍ଷେପ ନେବାକୁ ଜମାକାରୀ ଉପସ୍ଥିତ ଅଧିକାରୀଙ୍କ ନିକଟରେ ଦାବି କରିଥିଲେ। ଏ ସମ୍ପର୍କରେ ବ୍ଲକ ଯୋଗାଣ ଅଧିକାରୀ ଶ୍ରୀ ମହନ୍ତଙ୍କୁ ପଚାରିବାରୁ ଯାହାର ଯେତିକି ଅର୍ଥ ମଞ୍ଜୁର ହୋଇଛି ତାକୁ ସେହି ହିସାବରେ ଟଙ୍କା ପ୍ରଦାନ କରାଯିବ ବୋଲି କହିଥିଲେ। ଏଥିପ୍ରତି ବୌଦ୍ଧ ଜିଲ୍ଲପାଳ ଦୃଷ୍ଟି ଦେଇ ଜମାକାରୀଙ୍କୁ ଉପଯୁକ୍ତ ପରିମାଣରେ ଅର୍ଥ ଫେରସ୍ତ କରିବାକୁ ଜମାକାରୀମାନେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe