Advertisment

Police: ପୁଲିସ ବି ଅସୁରକ୍ଷିତ: ‘ବାଲିଘାଟକୁ ଆସିଲେ ମାରି ପୋତିଦେବୁ’

Advertisment

ବାଲିମାଫିଆଙ୍କ ଦୌରାତ୍ମ୍ୟ ସୀମା ଟପିଲାଣି। ଯାଜପୁର ଜିଲ୍ଲା ବ୍ରହ୍ମବରଦା ଅଞ୍ଚଳରେ ପୁଲିସ ପାଟ୍ରୋଲିଂ ଗାଡ଼ିକୁ ବାଲି ମାଫିଆ ପଥରଫିଙ୍ଗି ଭାଙ୍ଗିଦେବା ପରେ ପୁଲିସ ଅସହାୟ ‌ହୋଇ ବାଲିଘାଟ ଛାଡ଼ି ପଳାଇ ଆସିଛି।

ବାଲିମାଫିଆଙ୍କ ଦୌରାତ୍ମ୍ୟ ସୀମା ଟପିଲାଣି। ଯାଜପୁର ଜିଲ୍ଲା ବ୍ରହ୍ମବରଦା ଅଞ୍ଚଳରେ ପୁଲିସ ପାଟ୍ରୋଲିଂ ଗାଡ଼ିକୁ ବାଲି ମାଫିଆ ପଥରଫିଙ୍ଗି ଭାଙ୍ଗିଦେବା ପରେ ପୁଲିସ ଅସହାୟ ‌ହୋଇ ବାଲିଘାଟ ଛାଡ଼ି ପଳାଇ ଆସିଛି।

sand dealer

Photograph: (AVN Building Material Supplier)

ବ୍ରହ୍ମବରଦା: ବାଲିମାଫିଆଙ୍କ ଦୌରାତ୍ମ୍ୟ ସୀମା ଟପିଲାଣି। ଯାଜପୁର ଜିଲ୍ଲା ବ୍ରହ୍ମବରଦା ଅଞ୍ଚଳରେ ପୁଲିସ ପାଟ୍ରୋଲିଂ ଗାଡ଼ିକୁ ବାଲି ମାଫିଆ ପଥରଫିଙ୍ଗି ଭାଙ୍ଗିଦେବା ପରେ ପୁଲିସ ଅସହାୟ ‌ହୋଇ ବାଲିଘାଟ ଛାଡ଼ି ପଳାଇ ଆସିଛି। ଖାଲି ସେତିକି ନୁହେଁ, ବାଲିଘାଟକୁ ଆସିଲେ ମାରି ପୋତି ଦେବୁ ବୋଲି ଖୋଲା ଚେତାବନୀ ଦେଇଛନ୍ତି। ବ୍ରହ୍ମବରଦା ଥାନା ଏଏସଆଇ ଲକ୍ଷ୍ମୀଧର ରାଜ ଏ ସଂପର୍କରେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ୩୬/୨୬ରେ ଏକ ମାମଲା ରୁଜୁ କରିଛି। ବାଲି ମାଫିଆଙ୍କ ପୋଷା ଗୁଣ୍ଡା ନିଶାରେ ଚୂର୍‌ ହୋଇ ରାତିରେ ବାଲିଘାଟରେ ରିଲ୍‌ସ କରୁଥିବା ବେଳେ ପୁଲିସ ଏହାକୁ ବାରଣ କରିବାରୁ ଏଭଳି ଘଟଣା ଘଟିଛି।

ଭାଙ୍ଗିଦେଲେ ପାଟ୍ରୋଲିଂ ଗାଡ଼ି
ଜୀବନ ବିକଳରେ ପଳାଇ ଆସିଲେ ପୁଲିସ
ଚାନ୍ଦା ନେଉଥିବାର ଅଡିଓ ଭାଇରାଲ୍‌

ଅଭିଯୋଗ ମୁତାବକ, ଗତକାଲି ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ଏଏସ୍‌ଆଇ ଲକ୍ଷ୍ମୀଧର ରାଜ ଓ ଅନ୍ୟ ଦୁଇ ପୁଲିସ କର୍ମଚାରୀ ଏକ ସ୍କର୍ପିଓ (ଓଡି୦୫-ସିବି-୪୩୪୫)ରେ ଅର୍ଥଙ୍ଗା ପଞ୍ଚାୟତ ବଡ଼ଚଅପୋଇ ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ। ବ୍ରାହ୍ମଣୀ ନଦୀ ଚଅପୋଇ ବାଲିଘାଟରେ ନିଆଁ ଜଳୁଥିବା ଦେଖି ସେଠାକୁ ଯାଇଥିଲେ। ଏହି ସମୟରେ ସେଠାରେ ୮/୧୦ ଜଣ ଯୁବକ ଗୋଟିଏ ପଲ୍‌ସର (ଓଡି୦୨ଡିଇ-୬୯୮୨) ରଖି ରିଲ୍‌ସ କରିବା ସହ ମଦ ପିଇ ଅଶାଳୀନ ଭାଷାରେ ପାଟିତୁଣ୍ଡ କରୁଥିଲେ। ପୁଲିସ ସେମାନଙ୍କୁ ଏତେ ରାତିରେ କଣ କରୁଛ ବୋଲି ପଚାରିବାରୁ ସଂପୃକ୍ତ ଯୁବକମାନେ ପୁଲିସ 
କର୍ମଚାରୀଙ୍କୁ ଗାଳିଗୁଲଜ କରିଥିଲେ। ଶୀଘ୍ର ପଳାଇ ଯାଅ, ନଚେତ ଜୀବନରୁ ମାରି ବାଲିଘାଟରେ ପୋତିଦେବୁ ବୋଲି ଧମକ ଦେଇଥିଲେ। ଏହା ଭିତରେ ପୁଲିସ ଉପରକୁ ଢେଲାପଥର ଫିଙ୍ଗିଥିଲେ। ଟେକାମାଡ଼ରୁ ବର୍ତ୍ତିବାକୁ କର୍ମଚାରୀମାନେ ସ୍କର୍ପିଓରେ ଛପିବାକୁ ଉଦ୍ୟମ କରିଥିଲେ। ଏହା ଦେଖି ଦୁର୍ବୃତ୍ତମା‌ନେ ଗାଡ଼ି ଉପରକୁ ପଥର ଫିଙ୍ଗିବା ସହ ପଛ କାଚକୁ ଭାଙ୍ଗି ଦେଇଥିଲେ।

54 thousand crores fraud: ‘ଡିଜିଟାଲ୍‌ ଆରେଷ୍ଟ୍‌’: ୫୪ ହଜାର କୋଟି ଠକେଇ, ସୁପ୍ରିମକୋର୍ଟ କ୍ଷୁବ୍ଧ, ଡକାୟତିଠାରୁ କିଛି କମ୍‌ ନୁହେଁ

ଭୟରେ ପୁଲିସ ସେଠାରୁ ଫେରି ଆସିଥିଲା। ରାତି ୧୦ଟାରେ ବ୍ରହ୍ମବରଦା ଥାନାରେ ପହଞ୍ଚିବା ପରେ ଏଏସ୍‌ଆଇ ଶ୍ରୀ ରାଜ ଏନେଇ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ପଲସର ବାଇକ୍‌କୁ ଜବତ କରିଛି। ଅନ୍ୟପକ୍ଷରେ ସ୍ଥାନୀୟ କିଛି ଲୋକ ଏ ସଂକ୍ରାନ୍ତରେ କିଛି ରୋଚକ ତଥ୍ୟ ଦେଇଛନ୍ତି। ପୁଲିସ ବାଲିଘାଟ ପାଖକୁ କିଛି ଭିନ୍ନ ଉଦ୍ଦେଶ୍ୟ ରଖି ଆସିଥିଲା। ଏ ନେଇ ନିଲାମଧାରୀ ଓ ଜଣେ ପୁଲିସ କର୍ମଚାରୀଙ୍କ ଏକ ଅଡିଓ ଭାଇରାଲ୍‌ ହେଉଛି। ଯେଉଁଥିରେ ପୂର୍ବ ସୂଚନା ଦେବାକୁ ଜନୈକ ପୃଷ୍ଟି ସାର୍‌ ଓ ମାଡାମଙ୍କୁ ଟଙ୍କା ଦେଉଥିବା ନିଲାମଧାରୀ କହିଛନ୍ତି। ବ୍ରହ୍ମବରଦା ଥାନାର ପୃଷ୍ଟି ସାର ଓ ମାଡାମ୍‌ କିଏ ତାହାର ତଦନ୍ତ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Odisha sandalwood has no taste: ଓଡ଼ିଶା ଚନ୍ଦନରେ ବାସନା ନାହିଁ: ଚନ୍ଦନ ଗଛ ପାଇଁ ସୁହାଉନି ମାଟି ଓ ଜଳବାୟୁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe