ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ମିଳିବ ‘ଆୟୁଷ୍ମାନ’ କାର୍ଡ

Advertisment

ଓଡ଼ିଶାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଆରମ୍ଭ ହେବ। ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭିତରେ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ଆୟୁଷ୍ମାନ ଭାରତ କାର୍ଡ ଛାପିବା ପାଇଁ ଜାତୀୟ ସ୍ବାସ୍ଥ୍ୟ ଏଜେନ୍‌ସି (ଏନ୍‌ଏଚ୍‌ଏ)ର ଭେଣ୍ଡରଙ୍କୁ ତାଲିକା ଦିଆସରିଛି।

ଓଡ଼ିଶାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଆରମ୍ଭ ହେବ। ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭିତରେ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ଆୟୁଷ୍ମାନ ଭାରତ କାର୍ଡ ଛାପିବା ପାଇଁ ଜାତୀୟ ସ୍ବାସ୍ଥ୍ୟ ଏଜେନ୍‌ସି (ଏନ୍‌ଏଚ୍‌ଏ)ର ଭେଣ୍ଡରଙ୍କୁ ତାଲିକା ଦିଆସରିଛି।

ssfssfsf

Photograph: ( The New Indian Express)

ଭୁବନେଶ୍ବର: ଓଡ଼ିଶାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଆରମ୍ଭ ହେବ। ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭିତରେ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ଆୟୁଷ୍ମାନ ଭାରତ କାର୍ଡ ଛାପିବା ପାଇଁ ଜାତୀୟ ସ୍ବାସ୍ଥ୍ୟ ଏଜେନ୍‌ସି (ଏନ୍‌ଏଚ୍‌ଏ)ର ଭେଣ୍ଡରଙ୍କୁ ତାଲିକା ଦିଆସରିଛି। ଆସନ୍ତା ଫେବ୍ରୁଆରି ମାସରେ କାର୍ଡ ବଣ୍ଟା ଆରମ୍ଭ ହେବ ବୋଲି ସୂଚନା ମିଳିଛି। ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବା ପରେ କ’ଣ ପରିବର୍ତ୍ତନ ହେବ ଓ ହିତାଧିକାରୀ କେଉଁ ସୁବିଧା ପାଇବେ ତାହାକୁ ନେଇ ତୃଣମୂଳସ୍ତରରେ ଆଲୋଚନା ଆରମ୍ଭ ହୋଇଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ ‘ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା’ (ଜିଜେଏୱାଇ) ଓ ‘ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା’ର ମିଶ୍ରଣ ହେବ। ଆୟୁଷ୍ମାନ ଭାରତ ଯୋଜନାରେ ରାଜ୍ୟର ୧.୦୩କୋଟି ପରିବାରଙ୍କୁ ଚିକିତ୍ସା ସୁବିଧା ମିଳିବ। ତହିଁରୁ ୬୭ଲକ୍ଷ ହିତାଧିକାରୀ ଆୟୁଷ୍ମାନ ଭାରତ ଓ ବଳକା ୩୩ଲକ୍ଷରୁ ଅଧିକ ହିତାଧିକାରୀ ଜିଜେଏୱାଇରେ ସାମିଲ ହେବେ। ମାତ୍ର ସମସ୍ତ କୋଟିଏ ହିତାଧିକାରୀଙ୍କୁ ଗୋଟିଏ ପ୍ରକାରର ଦିଆଯିବ। ପୁରୁଷଙ୍କୁ ୫ଲକ୍ଷ ଓ ମହିଳା ସଦସ୍ୟଙ୍କୁ ୧୦ଲକ୍ଷ ଚିକିତ୍ସା ସୁବିଧା ମିଳିବ। ପୂର୍ବରୁ ଗୋଟିଏ ପରିବାରର ହିତାଧିକାରୀଙ୍କୁ ଦୁଇଟି କାର୍ଡ ଦିଆଯାଉଥିଲା। ମାତ୍ର ଆୟୁଷ୍ମାନ ଭାରତ ଯୋଜନାରେ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ‌ଗୋଟିଏ ଲେଖାଏ କାର୍ଡ ଦିଆଯିବ। ଯାହାଫଳରେ ପରିବାରର ‌ଜଣେ ବ୍ୟକ୍ତି ଯେକୌଣସି ସ୍ଥାନରେ ଥିଲେ ମଧ୍ୟ ଏହି ସୁବିଧା ପାଇପାରିବେ। ଦେଶବ୍ୟାପୀ ୩୦ହଜାର ଡାକ୍ତରଖାନାରେ ଏହି କାର୍ଡ ଜରିଆରେ ରୋଗୀ ଚିକିତ୍ସା ପାଇପାରିବେ। ଯାହାଫଳରେ ରାଜ୍ୟ ସରକାରଙ୍କ ଜିଜେଏୱାଇ ଚିକିତ୍ସା ଖର୍ଚ୍ଚ ହ୍ରାସ ପାଇବ। ପୂର୍ବର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ବା ବର୍ତ୍ତମାନର ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା (ଜିଜେଏୱାଇ)ରେ ରାଜ୍ୟ ବାହାରର ପ୍ରାୟ ୧୫୦ ଡାକ୍ତରଖାନା ଅନୁବନ୍ଧିତ ହୋଇଥିଲେ। ‘ଆୟୁଷ୍ମାନ ଭାରତ’ ଲାଗୁ ହେବା ପରେ ଏସବୁ ହସ୍ପିଟାଲ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବୀମା ଯୋଜନାରୁ ବାଦ୍ ପଡ଼ିବେ। 

ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀଙ୍କ କହିବା କଥା, ଆୟୁଷ୍ମାନ ଭାରତ ଯୋଜନାରେ ୭୦ବର୍ଷରୁ ଅଧିକ ବୟସର ଲୋକଙ୍କୁ ଚିକିତ୍ସା ସୁବିଧା ମିଳିବ। ରାଜ୍ୟରେ ୨୩ଲକ୍ଷରୁ ଅଧିକ ଏହି ବର୍ଗର ଲୋକ ଥିବା ଅନୁମାନ କରାଯାଉଛି। ୭୦ବର୍ଷରୁ ଅଧିକ ବୟସର ଲୋକଙ୍କୁ ଚିକିତ୍ସା ଦେବା ପାଇଁ ଆୟୁଷ୍ମାନ ବୟସ୍କ ବନ୍ଦନା ଯୋଜନା କାର୍ଯ୍ୟକାରୀ ହୋଇଛି। ବୟସ୍କ ଲୋକମାନେ ନିଜର ଆଧାର କାର୍ଡ ସହ କେନ୍ଦ୍ର ସରକାରଙ୍କ ପୋର୍ଟାଲରେ ଏଥିପାଇଁ ଆବେଦନ କରିବାକୁ ପଡ଼ିବ। ଆଧାର କାର୍ଡରେ ବୟସ ଠିକ୍ ଥିଲେ ତାଙ୍କୁ ୫ଲକ୍ଷ ଚିକିତ୍ସା ସୁବିଧା ମିଳିପାରିବ। କାରଣ ଏହି ସୁବିଧା ପାଇଁ ରାସନ କାର୍ଡ କିମ୍ବା ଅନ୍ୟ କଟକଣା ନାହିଁ। ସରକାରଙ୍କ ପାଖରେ ମଧ୍ୟ ଏହି ବର୍ଗର ଲୋକଙ୍କ କୌଣସି ଡାଟାବେସ୍ ନାହିଁ। ତେଣୁ ୭୦ବର୍ଷରୁ ଅଧିକ ସମସ୍ତ ବ୍ୟକ୍ତି ଯଦି ସ୍ବାସ୍ଥ୍ୟ ବୀମା ସୁବିଧା ପାଇବା ଲାଗି ଚାହିଁବେ ପୋର୍ଟାଲରେ ଆବେଦନ କରି ଏହି ସୁବିଧା ପାଇପାରିବେ। 

ସେହିପରି ପୂର୍ବର ବିଏସ୍‌କେୱାଇରେ ଅନୁବନ୍ଧିତ ହସ୍ପିଟାଲମାନଙ୍କୁ ଯେତିକି ସଂଖ୍ୟକ ରୋଗୀ ଚିକିତ୍ସା କରିଛନ୍ତି ତାହାର ଯାଞ୍ଚର ମାସକ ପରେ ଅର୍ଥ ଦିଆଯାଉଥିଲା। ଅର୍ଥାତ୍ ହସ୍ପିଟାଲମାନେ ଚିକିତ୍ସା ବାବଦ ଅର୍ଥ ପାଇଲା ବେଳକୁ ପ୍ରାୟ ଦେଢ଼ ମାସ ଲାଗି ଯାଉଥିଲା। ମାତ୍ର ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବା ପରେ କ୍ଲେମ୍ ବା ରୋଗୀ ଚିକିତ୍ସା ଅନୁଯାୟୀ ତୁରନ୍ତ ଅର୍ଥ ମିଳିବ। ଡାକ୍ତରଖାନାମାନେ ଆବଶ୍ୟକ ପଡ଼ିଲେ ଗୋଟିଏ ମାସରେ ଏକାଧିକ ଥର କ୍ଲେମ୍ କରିପାରିବେ। ପୂର୍ବ ତୁଳନାରେ କମ୍ ଦିନରେ ହସ୍ପିଟାଲମାନେ ସେମାନଙ୍କ ଚିକିତ୍ସା ବାବଦ ଅର୍ଥ ପାଇବେ ବୋଲି ସୂଚନା ମିଳିଛି। ସ୍ବାସ୍ଥ୍ୟ ବୀମା ଯୋଜନାରେ ଡାକ୍ତରଖାନାମାନେ ମନଇଚ୍ଛା ଓ ଅନେକ ଜାଲ୍‌ ବିଲିଂ କରୁଥିବା ଅଭିଯୋଗ ହୋଇଆସୁଛି। ଏହାକୁ ରୋକିବା ପାଇଁ ରାଜ୍ୟରେ ଏକ ଠକେଇ ନିରୋଧୀ ୟୁନିଟ୍‌(ଏସ୍‌ଏଏଫ୍‌ୟୁ) ଗଠନ କରାଯିବ। ‌ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହିତ ଅନେକ କର୍ମଚାରୀଙ୍କୁ ଏହି ୟୁନିଟ୍‌ରେ ରଖାଯିବ। ସେମାନେ ହସ୍ପିଟାଲମାନଙ୍କରୁ ଆସୁଥିବା ବିଲ୍‌ର ଯାଞ୍ଚ କରିବେ। ଏହା ସହ ଜିଲ୍ଲାସ୍ତରରେ ଜିଲ୍ଲା ଭିଜିଲାନ୍‌ସ ୟୁନିଟ୍‌ ମଧ୍ୟ ଗଠନ କରାଯିବ। ଡାକ୍ତରଖାନାଙ୍କ ସନ୍ଦିଗ୍ଧ କ୍ଲେମ୍‌ ଗୁଡ଼ିକର ଯାଞ୍ଚ ପାଇଁ ଏଆଇ ସହାୟତା ନିଆଯିବ। ଏଆଇ ସଫ୍‌ଟୱେର ଜରିଆରେ ଯାଞ୍ଚ କରାଯାଇ ଟଙ୍କା ପୈଠ କରାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe