ରାଜ୍ୟର ପ୍ରତି ପଞ୍ଚାୟତରେ ଭିଡିଓ କନଫରେନ୍‌ସିଂ ବ୍ୟବସ୍ଥା ହେବ: ଆଇଟି ସଚିବ

Advertisment
ରାଜ୍ୟର ପ୍ରତି ପଞ୍ଚାୟତରେ ଭିଡିଓ କନଫରେନ୍‌ସିଂ ବ୍ୟବସ୍ଥା ହେବ: ଆଇଟି ସଚିବ

ଭୁବନେଶ୍ବର: ରାଜ୍ୟ ସରକାର ଡିଜିଟାଲ ମାଧ୍ୟମକୁ ଗୁରୁତ୍ବ ଦେଉଛନ୍ତି। ସୂଚନା ଓ ପ୍ରଯୁକ୍ତିବିଦ୍ୟାର ଉନ୍ନତି ଆସିଥିବାରୁ ଲୋକଙ୍କର ସୁବିଧା ପାଇଁ ପ୍ରତ୍ୟେକ ପଞ୍ଚାୟତରେ ଭିଡିଓ କନଫରେନ୍‌ସିଂ ବ୍ୟବସ୍ଥା କରିବାକୁ ପଦକ୍ଷେପ ନେଇଛନ୍ତି। ପ୍ରତି ପଞ୍ଚାୟତକୁ ସିଧାସଳଖ ମୁଖ୍ୟାଳୟ ସହ ଯୋଡ଼ିବାକୁ ଲକ୍ଷ୍ୟ ରଖିଛନ୍ତି। ଏହା ଦ୍ବାରା ତୃଣମୂଳ ସ୍ତରରେ ଲୋକେ ଡିଜିଟାଲ ମାଧ୍ୟମରେ ସରକାରଙ୍କ ବିଭିନ୍ନ ବୈଠକରେ ଯୋଡ଼ି ହେବା ସହିତ ସହଜରେ ସୂଚନା ପାଇପାରିବେ।

ସେହିଭଳି ସରକାର ରାଜ୍ୟର ୩୦୦୦ ସ୍କୁଲରେ ଭିଡିଓ କନଫରେନ୍‌ସିଂ ବ୍ୟବସ୍ଥା କରିବାକୁ ଯୋଜନା ରଖିଛନ୍ତି। ଏହା ଦ୍ବାରା ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ଅଣଶିକ୍ଷକ ଛାତ୍ରଛାତ୍ରୀ ଓ ଅଭିଭାବକ ସିଧାସଳଖ ସୂଚନା ପାଇପାରିବେ। ଏତଦ୍‌ ବ୍ୟତୀତ ଚଳିତ ବର୍ଷ ସୁଦ୍ଧା ସାରା ରାଜ୍ୟରେ ୪ଜି ବ୍ୟବସ୍ଥା କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଭୁବନେଶ୍ଵରରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆରବିଆଇ)ର ନ୍ୟାସନାଲ ଇନ୍‌ଫରମେସନ ସେଣ୍ଟର ପ୍ରତିଷ୍ଠା ହେବ। ଆଇଟି ସଚିବ ମନୋଜ ମିଶ୍ର ଏହି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe