ଦଳମତ ନିର୍ବିଶେଷରେ ପାଇକ ସ୍ମାରକୀ ପାଇଁ ଉଦ୍ୟମ ହେଉ: ଛତିଶଗଡ଼ ରାଜ୍ୟପାଳ

Advertisment
ଦଳମତ ନିର୍ବିଶେଷରେ ପାଇକ ସ୍ମାରକୀ ପାଇଁ ଉଦ୍ୟମ ହେଉ: ଛତିଶଗଡ଼ ରାଜ୍ୟପାଳ

ଖୋର୍ଦ୍ଧା: ଖୋର୍ଦ୍ଧାର ଐତିହାସିକ ବରୁଣେଇ ପାହାଡ଼ର ପାଦଦେଶରେ ପ୍ରସ୍ତାବିତ ପାଇକ ସ୍ମାରକୀ ନିର୍ମାଣ ବିଳମ୍ବକୁ ନେଇ ଛତିଶଗଡ଼ ରାଜ୍ୟପାଳ ତଥା କଳିଙ୍ଗ ପାଇକ ସଂଗଠନର ଅନ୍ୟତମ ପ୍ରତିଷ୍ଠାତା ବିଶ୍ବଭୂଷଣ ହରିଚନ୍ଦନ ମୁହଁ ଖୋଲିଛନ୍ତି। ନିର୍ମାଣ ବିଳମ୍ବକୁ ନେଇ ଦୁଃଖ ପ୍ରକାଶ କରିବା ସହ ଏହାର ନିର୍ମାଣ ପାଇଁ ଦଳମତ ନିର୍ବିଶେଷରେ ସାମୂହିକ ଭାବେ ଉଦ୍ୟମ କରିବାକୁ ମତ ପ୍ରକାଶ କରିଛନ୍ତି।

ଆଜି ଖୋର୍ଦ୍ଧାର କଳିଙ୍ଗ ପାଇକ ସଂଗଠନ ପକ୍ଷରୁ ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟିଥିଲେ। ପାଇକ ସ୍ମାରକୀ ନିର୍ମାଣରେ ବିଳମ୍ବକୁ ନେଇ ଦୃଷ୍ଟି ଆକର୍ଷଣ କରିଥିଲେ। ଆଲୋଚନାରେ ରାଜ୍ୟପାଳ ଶ୍ରୀହରିଚନ୍ଦନ ବିଳମ୍ବ ନେଇ ଦୁଃଖ ପ୍ରକାଶ କରିବା ସହ ଏହା ଓଡ଼ିଆ ଜାତି ପ୍ରତି ଅପମାନ ବୋଲି ପ୍ରତିକ୍ରିୟା ପ୍ରକାଶ କରିଥିଲେ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଆଜିର ଏହି ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ସଭାପତି ଭୀମସେନ ପ୍ରଧାନ, କାର୍ଯ୍ୟକାରୀ ସଭାପତି ମୃତ୍ୟୁଂଜୟ ଛୋଟରାୟ, ସମ୍ପାଦକ କୃଷ୍ଣଚନ୍ଦ୍ର ହରିଚନ୍ଦନ, ମୁଖ୍ୟ ସଂଚାଳକ ଶିଶିର କୁମାର ନାୟକ, ସୁରଥ ବିଶ୍ବାଳ, ସତ୍ୟବାଦୀ ବଳିଆରସିଂହ, ପ୍ରଫୁଲ୍ଲ କୁମାର ବାହୁବଳେନ୍ଦ୍ର, ସୌମ୍ୟରଂଜନ ହରିଚନ୍ଦନ, ପିଣ୍ଡିକି ବାହୁବଳେନ୍ଦ୍ର ସ୍ମୃତି କମିଟିର ଉପସଭାପତି ଅମରେନ୍ଦ୍ର ମହାପାତ୍ର, ପ୍ରଫୁଲ୍ଲ ପାଟ୍ଟଷାଣୀ, ଶେଖ ରମଜାନ ଖାଁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe