ରାଜ୍ୟର ପ୍ରତ୍ୟେକ ଥାନା ଆଇଓଙ୍କୁ ମିଳିବ ବୁଲେଟ୍‌, ସ୍କୁଟି

ରାଜ୍ୟରେ ଅପରାଧ ନିୟନ୍ତ୍ରଣ ପାଇଁ ସମସ୍ତ ଥାନାଗୁଡ଼ିକୁ ଅଧିକ କ୍ରିୟାଶୀଳ କରିବାକୁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଥାନାଗୁଡ଼ିକୁ ସ୍କର୍ପିଓ ଗାଡ଼ି, ପ୍ରତ୍ୟେକ ତଦନ୍ତକାରୀ ଅଧିକାରୀଙ୍କୁ ବୁଲେଟ୍‌ ମୋଟର ସାଇକଲ୍‌...

sscscs

କଟକ: ରାଜ୍ୟରେ ଅପରାଧ ନିୟନ୍ତ୍ରଣ ପାଇଁ ସମସ୍ତ ଥାନାଗୁଡ଼ିକୁ ଅଧିକ କ୍ରିୟାଶୀଳ କରିବାକୁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଥାନାଗୁଡ଼ିକୁ ସ୍କର୍ପିଓ ଗାଡ଼ି, ପ୍ରତ୍ୟେକ ତଦନ୍ତକାରୀ ଅଧିକାରୀଙ୍କୁ ବୁଲେଟ୍‌ ମୋଟର ସାଇକଲ୍‌, ମହିଳା ତଦନ୍ତକାରୀ ଅଧିକାରୀଙ୍କୁ ସ୍କୁଟି, ଲାପ୍‌ଟପ୍‌, ସ୍ମାର୍ଟଫୋନ୍‌ ଏବଂ ଅନ୍ୟାନ୍ୟ ସରଞ୍ଜାମ ଯୋଗାଇ ଦିଆଯିବାର ପ୍ରକ୍ରିୟା ଆରମ୍ଭ ହୋଇଛି। ଓଡ଼ିଶା ପୁଲିସର ୯୦ ତମ ପ୍ରତିଷ୍ଠା ଦିବସ ପୁଲିସ ମୁଖ୍ୟାଳୟରେ ଆୟୋଜନ ଅବସରରେ ଏ ସମ୍ପର୍କରେ ସୂଚନା ଦିଆଯାଇଛି।

କାର୍ଯ୍ୟକ୍ରମରେ ପୁଲିସ ଡିଜି ଵାଇ.ବି. ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ପୁରସ୍କୃତ କରିଥିଲେ। ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତାକୁ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଦୟାଲ ଗଙ୍ଗୱାର ପାଠ କରିଥିଲେ। ଡିଜିପି ଶ୍ରୀ ଖୁରାନିଆ ଦେଶର ଦ୍ୱିତୀୟ ଶ୍ରେଷ୍ଠ ଥାନା ଭାବେ ପୁରସ୍କୃତ ହୋଇଥିବା ଗଞ୍ଜାମ ଜିଲ୍ଲାର ପାଟପୁର ଥାନାର ଇନ୍ସପେକ୍ଟରଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ତଦନ୍ତ କ୍ଷେତ୍ରରେ ଉତ୍କର୍ଷ ପାଇଁ ଅତିରିକ୍ତ ଏସ୍‌ପି ପ୍ରଭାତ କୁମାର ବିଶ୍ୱାଳ, ଏସ୍‌ଡିପିଓ ପ୍ରଶାନ୍ତ କୁମାର ସାହୁ, ଇନ୍‌ସ୍ପେକ୍ଟର ଦୁର୍ଗେଶ ନନ୍ଦିନୀ ମହାନ୍ତି, ଡିଏସ୍‌ପି ମାନସ ରଞ୍ଜନ ପ୍ରଧାନଙ୍କୁ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ପଦକ ପ୍ରଦାନ କରାଯାଇଥିଲା। ଶ୍ରେଷ୍ଠ ଇନ୍‌ସ୍ପେକ୍ଟର ରଶ୍ମିରଞ୍ଜନ ମହାପାତ୍ର, ଶ୍ରେଷ୍ଠ ଇନ୍‌ସ୍ପେକ୍ଟର (ଅପରାଧ ଶାଖା) ରୀନା ବେହେରା, ଶ୍ରେଷ୍ଠ ଇନ୍‌ସ୍ପେକ୍ଟର ସ୍ପେସାଲ ବ୍ରାଞ୍ଚ (ଏସ୍‌ଆଇଡବ୍ଲ୍ୟୁ) ଅରୁଣ କୁମାର ବେହେରା, ଶ୍ରେଷ୍ଠ ସବଇନ୍‌ସ୍ପେକ୍ଟର ଦେବଦତ୍ତ ସାମନ୍ତରାୟ, ଏସ୍‌ଓଜିର ଶ୍ରେଷ୍ଠ ଟିମ୍‌ ଲିଡର ଏସ୍‌ଆଇ (ସଶସ୍ତ୍ର) ଦେବଜ୍ୟୋତି ପାତାଳସିଂ, ଶ୍ରେଷ୍ଠ ଏଏସ୍‌ଆଇ ଲାଲୁ ହାଁସଦା, ଶ୍ରେଷ୍ଠ ହାବିଲଦାର କୃଷ୍ଣଚନ୍ଦ୍ର ନାୟକ, ଶ୍ରେଷ୍ଠ ଓଆର୍‌ କନେଷ୍ଟବଳ ଦୀପକ କୁମାର ତ୍ରିପାଠୀ, ଶ୍ରେଷ୍ଠ ଏପିଆର୍‌ କନେଷ୍ଟବଳ ଭକ୍ତ ବତ୍ସଳ ବେହେରା, ଶ୍ରେଷ୍ଠ ଟ୍ରାଫିକ୍‌ କନେଷ୍ଟବଳ ଲୀଳାବତୀ ମୁଣ୍ଡା, ଶ୍ରେଷ୍ଠ ଇନ୍‌ସ୍ପେକ୍ଟର(ସଶସ୍ତ୍ର) ଏସ୍‌.କେ. ରହିମ୍‌ତୁଲ୍ଲା, ଶ୍ରେଷ୍ଠ ଏସ୍‌ଆଇ (ସଶସ୍ତ୍ର) ଅମିୟ କୁମାର ନାୟକ, ଶ୍ରେଷ୍ଠ ଏଏସ୍‌ଆଇ (ସଶସ୍ତ୍ର) ତେଜ୍‌ ବାହାଦୁର ଗୁରୁଙ୍ଗ, ଶ୍ରେଷ୍ଠ ହାବିଲଦାର (ସଶସ୍ତ୍ର) ଶ୍ୟାମ ବାହାଦୁର ରାଣା, ଶ୍ରେଷ୍ଠ ସିପାହି ଭାବେ ଅନିରୁଦ୍ଧ ଜେନାଙ୍କୁ ପୁରସ୍କୃତ କରଯାଇଥିଲା।

୯୦ତମ ପୁଲିସ ଦିବସରେ ବଡ଼ ପଦକ୍ଷେପ
ପୁଲିସ ବାବୁ ପାଇବେ ଲାପ୍‌ଟପ୍‌, ସ୍ମାର୍ଟଫୋନ

ଏହାସହ ସ୍ୱର୍ଗତ ଭ୍ରମରବର ସାହୁ ଓ ସ୍ୱର୍ଗତ ରାଜେନ୍ଦ୍ର ମୋହନ ପଟ୍ଟନାୟକ ସ୍ମାରକୀ ସାହସିକତା ପୁରସ୍କାର ପ୍ରଦାନ କରାଯାଇଥିଲା। ଓଏସ୍‌ଏପି ଷଷ୍ଠ ବାଟାଲିୟନ, କଟକକୁ ଶ୍ରେଷ୍ଠ ବାଟାଲିୟନ, ଶ୍ରେଷ୍ଠ ପରିବାର କଲ୍ୟାଣ କେନ୍ଦ୍ର ଭାବେ ଦ୍ୱିତୀୟ ସ୍ୱତନ୍ତ୍ର ସଶସ୍ତ୍ର ବାଟାଲିୟନ୍‌ ପରିବାର କଲ୍ୟାଣ କେନ୍ଦ୍ର , ଝାରସୁଗୁଡ଼ା (ପ୍ରଥମ), ଓଏସ୍‌ଏପି ଷଷ୍ଠ ବାଟାଲିୟନ, କଟକ (ଦ୍ୱିତୀୟ), ତୁଳସୀପୁର ପରିବାର କଲ୍ୟାଣ କେନ୍ଦ୍ର, କଟକ (ତୃତୀୟ)ଙ୍କୁ ପୁରସ୍କୃତ କରାଯାଇଥିଲ। ଆଜିର ପରେଡ୍‌ରେ ଏସ୍‌ଓଜି, ଚନ୍ଦକା ଦଳ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଓଏସ୍‌ଏଏଫ୍ ଦଳ ଦ୍ୱିତୀୟ ସ୍ଥାନ ଅଧିକାର କରି ପୁରସ୍କାର ଗ୍ରହଣ କରିଥିଲେ। କଟକସ୍ଥିତ ଆର.କେ ପାଢ଼ୀ ମେମୋରିଆଲ ହଲ୍‌ଠାରେ ୫୮ଜଣ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ପଦକ ପ୍ରଦାନ କରାଯାଇଥିଲା। ଡିଆଇଜି (କାର୍ମିକ) ଯୁଗଳ କିଶୋର ବନୋଥ,ଏଆଇଜିପି (ଭିଜିଲାନ୍ସ) ମହେଶ୍ୱର ସେଠୀ, ଏସ୍‌ପି (କ୍ରାଇମ୍‌ବ୍ରାଞ୍ଚ) କୃଷ୍ଣ ପ୍ରସାଦ ପଟ୍ଟନାୟକ, ଅତିରିକ୍ତ ଏସ୍‌ପି (ଏସ୍‌ଡବ୍ଲ୍ୟୁ) ଶିଶିର କୁମାର ମିଶ୍ର, ଅତିରିକ୍ତ ଏସ୍‌ପି (ଭିଜିଲାନ୍ସ) ଅରୁଣ କୁମାର ନାୟକ, ଅତିରିକ୍ତ ଡିସିପି (ଏସ୍‌ଏସ୍‌ବି) ବାନାମ୍ବର ସେଠୀଙ୍କ ସମେତ ଏସ୍‌ଓଜିର ୧୯ଜଣ, ସ୍ପେସାଲ ବ୍ରାଞ୍ଚର ୭ ଜଣଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ଡିଜିପି ପଦକ ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe