ବର୍ଷକୁ ୩.୫ସେଣ୍ଟିମିଟର ହାରରେ ଚନ୍ଦ୍ର ଆମଠାରୁ ଦୂରେଇ ଦୂରେଇ ଯାଉଛି : ଶୁଭେନ୍ଦୁ ପଟ୍ଟନାୟକ

Advertisment
ବର୍ଷକୁ ୩.୫ସେଣ୍ଟିମିଟର ହାରରେ ଚନ୍ଦ୍ର ଆମଠାରୁ ଦୂରେଇ ଦୂରେଇ ଯାଉଛି : ଶୁଭେନ୍ଦୁ ପଟ୍ଟନାୟକ

ଭୁବନେଶ୍ବର: ଆଜିକୁ ପ୍ରାୟ ୪ଶହ ୫୦କୋଟି ବର୍ଷ ତଳେ ‘ଚନ୍ଦ୍ର’ର ସୃଷ୍ଟି ହୋଇଥିଲା। ସେତେବେଳେ ଚନ୍ଦ୍ର ଓ ପୃଥିବୀ ବହୁତ ପାଖରେ ଥିଲେ। କିଛି ଦିନ ବୁଲିବା ପରେ ସେମାନଙ୍କ ମାଧ୍ୟାକର୍ଷଣ ଶକ୍ତି ଧୀରେ ଧୀରେ କମିବାରେ ଲାଗିଲା ଏବଂ ଏହାର ଫଳସ୍ବରୂପ ପରସ୍ପରଠାରୁ ଦୂରେଇ ଯିବା ଆରମ୍ଭ କଲେ।ଏ ପ୍ରକ୍ରିୟା ନୂଆ ନୁହେଁ, ଦୀର୍ଘ ୨୫୦କୋଟି ବର୍ଷ ହେଲା ଚନ୍ଦ୍ର ଆମଠାରୁ ଦୂରେଇବା ଆରମ୍ଭ କରିଛି। ବର୍ଷକୁ ୩.୫ ସେଣ୍ଟିମିଟର ହାରରେ ଚନ୍ଦ୍ର ପୃଥିବୀଠାରୁ ଦୂରେଇ ଦୂରେଇ ଯାଉଛି । ଏହି ମହାଜାଗତିକ ପ୍ରକ୍ରିୟା ବିଗତ କୋଟିକୋଟି ବର୍ଷ ଧରି ଚାଲି ଆସିଛି । ପ୍ରତ୍ୟେକ ବର୍ଷ ଚନ୍ଦ୍ର ପୃଥିବୀଠାରୁ ଦୂରକୁ ଚାଲି ଯାଉଛି ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମର ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି।

ଶ୍ରୀ ପଟ୍ଟନାୟକଙ୍କ ସୂଚନା ଅନୁସାରେ, ଯଦି ଏହି ପ୍ରକ୍ରିୟା ଜାରି ରହେ ତେବେ ୧୦୦ ବା ୫୦୦ ବର୍ଷ ପରେ ସେମିତି କିଛି ପ୍ରଭାବ ପଡ଼ିବ ନାହିଁ। କିନ୍ତୁ ଲକ୍ଷ ଲକ୍ଷ ବର୍ଷ ପରେ ତାର ପ୍ରଭାବ ନିଶ୍ଚିତ ରହିବ। ଚନ୍ଦ୍ର ଯଦି ପୃଥିବୀ ଠାରୁ ବହୁ ଦୂରରୁ ଚାଲିଯିବ, ସେତେବେଳେ ଚନ୍ଦ୍ର ଆମକୁ ବହୁତ୍ ଛୋଟ ଦେଖାଯିବ।  ଅର୍ଥାତ ଭବିଷ୍ୟତରେ ପୂର୍ଣ୍ଣିମା-ଅମାବାସ୍ୟାରେ ହେଉଥିବା ଜୁଆର ଭଟ୍ଟାର ପ୍ରଭାବ କମିଯିବ। ଗ୍ରହଣ ଓ ପରାଗ ସେତେବେଳେ ଅଲଗା ପ୍ରକାରର ହୋଇଯିବ। ସମ୍ପୂର୍ଣ ସୂର୍ଯ୍ୟୋପରାଗ କେବେ ବି ହେବ ନାହିଁ। ତେବେ ଏକ ହଜାର ବର୍ଷଠାରୁ ଦଶ ହଜାର ବର୍ଷ ପର୍ଯ୍ୟନ୍ତ ପୃଥିବୀ ଉପରେ କୌଣସି ପ୍ରଭାବ ନାହିଁ । ବହୁତ ଧୀରେ ପରିବର୍ତ୍ତନ ହେବ, ତାହା ଅନୁଭବ କରିବା କଷ୍ଟକର ହେବ। ବହୁ ବର୍ଷ ପରେ ପୃଥିବୀ ଉପରେ ତାର ପ୍ରଭାବ ପରିଲକ୍ଷିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe