ପରିବେଶ ସୁରକ୍ଷା ପାଇଁ ସମସ୍ତେ ସଜାଗ ହେବା: ଶତ୍ରୁଘ୍ନ

ପରିବେଶ ପ୍ରଦୂଷଣ ଜନିତ ସମସ୍ୟା ଏବେ ଆଞ୍ଚଳିକ ସମସ୍ୟା ନୁହେଁ, ଏହା ସାରା ବିଶ୍ବକୁ କବଳିତ କରିଛି। ଏହାକୁ ନେଇ ବିଶ୍ବ ସ୍ତରରେ ଚିନ୍ତାବ୍ୟକ୍ତ କରାଯାଉଛି। ପ୍ରତ୍ୟେକ ବ୍ୟକ୍ତି ଆଗେଇ ଆସି ମାନବ ଜାତି ଓ ସମଗ୍ର ଜୀବ ଜଗତର ସୁରକ୍ଷା ପାଇଁ କାର୍ଯ୍ୟ....

gagdvzvc

କାମାକ୍ଷାନଗର: ପରିବେଶ ପ୍ରଦୂଷଣ ଜନିତ ସମସ୍ୟା ଏବେ ଆଞ୍ଚଳିକ ସମସ୍ୟା ନୁହେଁ, ଏହା ସାରା ବିଶ୍ବକୁ କବଳିତ କରିଛି। ଏହାକୁ ନେଇ ବିଶ୍ବ ସ୍ତରରେ ଚିନ୍ତାବ୍ୟକ୍ତ କରାଯାଉଛି। ପ୍ରତ୍ୟେକ ବ୍ୟକ୍ତି ଆଗେଇ ଆସି ମାନବ ଜାତି ଓ ସମଗ୍ର ଜୀବ ଜଗତର ସୁରକ୍ଷା ପାଇଁ କାର୍ଯ୍ୟ କରିବାକୁ କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା ଆହ୍ବାନ ଦେଇଛନ୍ତି। କାମାକ୍ଷାନଗର ବିଧାନସଭା ନିର୍ବାଚନମଣ୍ଡଳୀ‌ ଅନ୍ତର୍ଗତ ଅନନ୍ତପୁରଠାରେ ‘ସମ୍ବାଦ’ ପକ୍ଷରୁ ଅନୁଷ୍ଠିତ ‘ପରିବେଶ ପଞ୍ଚାୟତ’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଧାୟକ ଶ୍ରୀ ଜେନା କହିଥିଲେ, ବର୍ତ୍ତମାନ ସମଗ୍ର ବିଶ୍ବବାସୀ ବିଭିନ୍ନ ସମସ୍ୟା ସହିତ ଲଢ଼େଇ କରୁଛନ୍ତି। ଏସବୁ ଭିତରେ ସବୁଠୁ ବଡ଼ ସମସ୍ୟା ହେଉଛି, ପରିବେଶ ଜନିତ ସମସ୍ୟା। ଯାହାର ସମାଧାନ ଓ ସୁରକ୍ଷା କେବଳ ମଣିଷ ହାତରେ ରହିଛି। ପରିବେଶ ସୁରକ୍ଷା କେବଳ ସରକାର କିମ୍ବା କୌଣସି ନିର୍ଦ୍ଦିଷ୍ଟ ସଙ୍ଗଠନର ଦାୟିତ୍ବ ନୁହେଁ, ଏଥିପାଇଁ ସମସ୍ତଙ୍କୁ ସଚେତନ ହୋଇ ଏକାଠି ହେବାକୁ ପଡ଼ିବ। ପରିବେଶ ସୁରକ୍ଷା ପାଇଁ ‘ସମ୍ବାଦ’ର ଏହି ଅଭିନବ ପରିକଳ୍ପନାକୁ ବିଧାୟକ ଶ୍ରୀ ଜେନା ସାଧୁବାଦ ଜଣାଇବା ସହ ଆଗାମୀ ଦିନରେ ଏହାକୁ ତୃଣମୂଳ ସ୍ତରକୁ ନେବାପାଇଁ ପରାମର୍ଶ ଦେଇଥିଲେ। ପ୍ରତ୍ୟେକ ବ୍ୟକ୍ତି ଶହେଟି ଲେଖାଏଁ ଗଛ ଲଗାଇବାକୁ କହିଥିଲେ। 

ଅନ୍ୟତମ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ପବିତ୍ର କୁମାର ବିଶ୍ବାଳ ଯୋଗଦେଇ କହିଥିଲେ, ଭଗବାନ ସବୁକିଛି ସୁନ୍ଦର ଭାବେ ସଜାଡ଼ି ମଣିଷକୁ ଧରାପୃଷ୍ଠକୁ ଛାଡ଼ିଥିଲେ। ଆମକୁ ଦୈନିକ ପ୍ରତ୍ୟେକ ଜିନିଷ କିଣିବାକୁ ପଡ଼ୁଥିବା ବେଳେ କେବଳ ଭଗବାନଙ୍କ ସୃଷ୍ଟି ଏମିତି ଯେ ପବନ ଆମକୁ ମାଗଣାରେ ମିଳୁଛି। କିନ୍ତୁ ନିଜର ଆବଶ୍ୟକତା ଅନୁଯାୟୀ ମଣିଷ ପ୍ରକୃତିକୁ ଯେତିକି ଉପ‌ଭୋଗ କରୁଛି ଓ ନଷ୍ଟ କରୁଛି, ତାର ସୁରକ୍ଷା ପାଇଁ ସେତିକି ଯତ୍ନବାନ ହେଉନାହିଁ। ତେଣୁ ସମସ୍ତେ ସଚେତନ ହେବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ବିଶ୍ବାଳ କହିଥିଲେ। ଅନ୍ୟତମ ଅତିଥି ଭାବେ ଅବସରପ୍ରାପ୍ତ ସୈନିକ ରବିନାରାୟଣ ସାହୁ ପ୍ରକୃତି ମାତାକୁ ସୁରକ୍ଷା ଦେବା ସହିତ ଏଠାରେ ସମସ୍ତେ ରହିବା ଦରକାର ବୋଲି କହିଥିଲେ। ଏହି ଅବସରରେ ପଞ୍ଚତତ୍ତ୍ବ ଉପରେ ସେ ଆଲୋଚନା କରିଥିଲେ। କାମାକ୍ଷାନଗର ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ ପ୍ରତିନିଧି ରାକେଶ କୁମାର ଦେହୁରୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିବାବେଳେ କାମାକ୍ଷାନଗର ବିକାଶ ପରିଷଦ ଅଧ୍ୟକ୍ଷ ସଞ୍ଜୟ ରାଉତ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ ଓ ଅତିଥି ପରିଚୟ ପ୍ରଦାନ ସହିତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଏନ୍‌ଏସି ଉପାଧ୍ୟକ୍ଷା ବ୍ରଜେଶ୍ୱରୀ ଦାସ, ସାମ୍ବାଦିକ ସୁଧୀର କୁମାର ପରିଡ଼ା, ସରୋଜକାନ୍ତ ବେହେରା, ଶିଶିରକାନ୍ତ ନାୟକ, ରୁନୁବାଳା ରାଉତ, ନିବେଦିତା ରାଉତ, କମଳିନୀ ଖୁଣ୍ଟିଆ, ଶେଷଦେବ ନାଥ, ମନୋଜ ଦାସ, ଦୀପକ ସାହୁ, ସୁଶାନ୍ତ ସାହୁ ଓ ରିତେଶ ବ୍ରହ୍ମା ପ୍ରମୁଖ ଉପସ୍ଥିତ ଥିଲେ। ସରୋଜକାନ୍ତ ବେହେରା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe