ସମସ୍ତେ ଚାହିଁ ବସିଥିଲେ ନବ ଦାସଙ୍କ ଦ୍ବାଦଶାହ ଶ୍ରାଦ୍ଧସଭାରେ ମୁଖ୍ୟମନ୍ତ୍ରୀ କିଛି କହିବେ ...

ସମସ୍ତେ ଚାହିଁ ବସିଥିଲେ ନବ ଦାସଙ୍କ ଦ୍ବାଦଶାହ ଶ୍ରାଦ୍ଧସଭାରେ ମୁଖ୍ୟମନ୍ତ୍ରୀ କିଛି କହିବେ ...

ଝାରସୁଗୁଡ଼ା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେତେବେ‌ଳେ ସୁଦୂର ଭୁବନେଶ୍ବରରୁ ଆସୁଛନ୍ତି ସ୍ବର୍ଗତ ନବ ଦାସଙ୍କ ଦ୍ବାଦଶାହ ଶ୍ରାଦ୍ଧସଭାରେ ଯୋଗଦେବାକୁ; ଶୋକବାର୍ତ୍ତାରେ ନିଶ୍ଚୟ କିଛି କହିବେ ବୋଲି ସମସ୍ତେ ଆଶାବାନ୍ଧି ବସିଥିଲେ। ଅନ୍ୟ ମନ୍ତ୍ରୀ ଓ ବିଧାୟକଙ୍କ ଭଳି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମଧ୍ୟ କିଛି କହିବେ ବୋଲି ନବଙ୍କ ଶୁଭେଚ୍ଛୁମାନେ ଚାହିଁ ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ମଞ୍ଚ ଉପରେ ମାତ୍ର ୩ ମିନିଟ୍‌ ରହିଥିଲେ। ଲୋକେ ତାଙ୍କୁ ଭଲ କରି ମଧ୍ୟ ଦେଖି ପାରି ନଥିଲେ।

ମୁଖ୍ୟମନ୍ତ୍ରୀ ଆସିବା ପାଇଁ ସ୍ବତନ୍ତ୍ର ବିମାନ ବ୍ୟବସ୍ଥା କରାଯାଇଥିବା ବେଳେ ବିମାନବନ୍ଦରରୁ ସରବାହାଲ ହାଇସ୍କୁଲ ପଡ଼ିଆ ସଭାସ୍ଥଳକୁ ମାତ୍ର ୫/୬ କିମି ଯିବା ପାଇଁ ଏକ ସ୍ବତନ୍ତ୍ର ହେଲିକପ୍ଟର ବ୍ୟବସ୍ଥା କରାଯାଇଥିଲା। ହେଲିପ୍ୟାଡ୍‌ ନିର୍ମାଣ କରାଯାଇ ସଭାସ୍ଥଳକୁ ସ୍ବତନ୍ତ୍ର ରାସ୍ତା ନିର୍ମାଣ ହୋଇଥିଲା। ତେବେ ମୁଖ୍ୟମନ୍ତ୍ରୀ ମଞ୍ଚ ଉପରେ ତାଙ୍କ ପାଇଁ ଉଦ୍ଦିଷ୍ଟ ଚୌକିରେ ମଧ୍ୟ ବସି ନଥିଲେ। ସେ ବସିବାକୁ ଯାଉଥିବା ବେଳେ ତାଙ୍କୁ ସଭାମଞ୍ଚ ତଳେ ଥିବା ଏକ ସ୍ବତନ୍ତ୍ର ଚାମ୍ବରକୁ ଡାକି ‌ନିଆଯାଇଥିଲା। ଯେଉଁଠାରେ ସେ ନବଙ୍କ ପରିବାର ସହିତ କିଛି କଥାବାର୍ତ୍ତା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe