ପୁରୀ : କରୋନା କଟକଣା ପାଇଁ ଗତ ଦୁଇ ମାସ ହେଲା ବନ୍ଦ ଥିବା ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦ କାମ ପୁଣି ଆଜିଠାରୁ ଆରମ୍ଭ ହୋଇଛି। ଆଜି ପ୍ରଥମ ଦିନରେ ଉତ୍ତର ଦ୍ବାର, ଦୋଳବେଦି କୋଣରୁ କାମ ଆରମ୍ଭ ହୋଇଛି। ଜେସିବି ସହାୟତାରେ ନିର୍ମାଣ ଭଂଗାଯାଇଛି। ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ଉଚ୍ଛେଦ କାମ ଆରମ୍ଭ ହୋଇଛି।
ଆଜି ପ୍ରଥମ ଦିନରେ ଉତ୍ତରପାର୍ଶ୍ବ ମଠ ନିକଟସ୍ଥ ଲକ୍ଷ୍ମୀବଜାରର କିଛି ଦୋକାନ ଘର ଓ କୋଠା ଭଙ୍ଗାଯାଇଛି। ଏହି ଉଚ୍ଛେଦ କାମ ଚାଲୁରହିବ। ପ୍ରଥମ ପର୍ଯ୍ୟାୟରେ ମନ୍ଦିର ଚାରିପାଖରେ ଥିବା ନିର୍ମାଣ ସବୁ ଭଂଗାଭଙ୍ଗାଯିବ। ଯଥାସମ୍ଭବ ଏହି କାମକୁ ଶୀଘ୍ର ଶେଷ କରାଯିବ। ଏଥିରୁ ବାହାରୁଥିବା ଆବର୍ଜନା ତୁରନ୍ତ ଅପସାରଣ କରାଯିବ। କରୋନା କଟକଣା ଯୋଗୁଁ ଶ୍ରୀମନ୍ଦିର ଚାରିପାଖର ଉଚ୍ଛେଦ କାମ ଗତ ମାର୍ଚ୍ଚ ୧୫ ତାରିଖରୁ ବନ୍ଦ ରହିଥିଲା। ଦୁଇଦିନ ତଳେ ମୁଖ୍ୟମନ୍ତ୍ରୀ ଏ ନେଇ ସମୀକ୍ଷା କରିବା ପରେ ପୁଣି ପ୍ରଶାସନ ତତ୍ପରତା ପ୍ରକାଶ କରିଛି।
Follow Us