ପଦ୍ମପୁର ଉପନିର୍ବାଚନ : ଭୋଟ ଗଣତି ପୂର୍ବରୁ ବଡ଼ଧରଣର ଇଭିଏମ ଅଦଳବଦଳ ଅଭିଯୋଗ

Advertisment
ପଦ୍ମପୁର ଉପନିର୍ବାଚନ : ଭୋଟ ଗଣତି ପୂର୍ବରୁ ବଡ଼ଧରଣର ଇଭିଏମ ଅଦଳବଦଳ ଅଭିଯୋଗ

ବରଗଡ଼: ରାତି ପାହିଲେ ପଦ୍ମପୁର ଉପନିର୍ବାଚନ ପାଇଁ ହୋଇଥିବା ମତଦାନର ଭୋଟ ଗଣତି ହେବ। କିନ୍ତୁ ଏହା ପୂର୍ବରୁ ବଡ଼ଧରଣର ଇଭିଏମ ଅଦଳବଦଳ  ହୋଇଥିବା ଅଭିଯୋଗ ଆସିଛି। ବିଜେପି ବିଧାୟକ ପ୍ରାର୍ଥୀ ପ୍ରଦୀପ ପୁରୋହିତ ଏହି ଅଭିଯୋଗ ଆଣିଛନ୍ତି। ସେ ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କୁ ଭେଟି ଅଭିଯୋଗ କରିବା ସହ ଘଟଣାର ଅନୁସନ୍ଧାନ ଦାବି କରିଛନ୍ତି। ନିର୍ବାଚନ ପରେ ୧୭ (ସି)ରେ ବିଜେପିକୁ ମିଳିଥିବା ଇଭିଏମ ଲିଷ୍ଟ ଏବଂ ଇଲେକ୍ସନ କମିଶନ ତରଫରୁ ଦିଆ ଯାଇଥିବା ତାଲିକା ମେଳ  ଖାଉ ନଥିବା ଅଭିଯୋଗ ଆଣିଛନ୍ତି।

ଶ୍ରୀ ପୁରୋହିତ ଅଭିଯୋଗ ଆଣିଛନ୍ତି ଯେ, ୧୧ଟି ବୁଥରେ ଇଭିଏମ ନମ୍ବର ତାଳମେଳ ଖାଉ ନାହିଁ। ଯେଉଁ ବୁଥଗୁଡ଼ିକରେ ବିଜେପିର ସ୍ଥିତି ଭଲ ଅଛି ସେହି ବୁଥ୍ ଗୁଡ଼ିକରେ ଏମିତି ସମସ୍ୟା ହୋଇଥିବା ଅଭିଯୋଗ କରିଛି।

ତେବେ ଅଭିଯୋଗର ତଦନ୍ତ ହେଉଥିବା ଜିଲ୍ଳାପାଳ ଶ୍ରୀମତି ବାନାର୍ଜୀ କହିଛନ୍ତି। ଏହି ବୁଥଗୁଡିକର ସମସ୍ତ ପ୍ରିଜାଇଡିଂ ଅଫିସର, ପୋଲିଂ ଅଫିସରମାନଙ୍କୁ ଜିଲ୍ଲାପାଳ ତୁରନ୍ତ ଡକାଇଛନ୍ତି।

ସୂଚନାଯୋଗ୍ୟ, ଗତ ୫ ତାରିଖରେ ପଦ୍ମପୁର ଉପନିର୍ବାଚନ ପାଇଁ ମତଦାନ ହୋଇଥିଲା। ଏଥର ୮୧.୨୯% ଭୋଟର୍‌ ମତଦାନ କରିଛନ୍ତି, ଯାହାକି ନିର୍ବାଚନୀମଣ୍ଡଳୀ ପାଇଁ ଏକ ସର୍ବକାଳୀନ ରେକର୍ଡ। ୨୦୦୪ ମସିହା ସାଧାରଣ ନିର୍ବାଚନରେ ୭୪.୦୯% ଭୋଟର୍‌ ମତଦାନ କରିଥିବା ବେଳେ ୨୦୦୯ ମସିହ‌ାରେ ୭୫.୫୧ % ଏବଂ ୨୦୧୪ ମସିହା ଓ ଗତ ନିର୍ବାଚନରେ ୭୯.୧୬ % ମତଦାନ ହୋଇଥିଲା। ତେବେ, ଚଳିତ ଉପନିର୍ବାଚନରେ ମୋଟ୍‌ ୨,୫୭,୪୭୪ ଭୋଟର୍‌ ମଧ୍ୟରୁ ୨,୦୯,୩୦୩ଜଣ ମତଦାନ ସାବ୍ୟସ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe