ଇଭିଏମ୍‌ ଟାମ୍ପରି˚ ଅଭିଯୋଗ, ଏମ୍‌ପିଭି-୬୫ ବୁଥ୍‌ରେ ପ୍ରବଳ ଉତ୍ତେଜନା

Advertisment
ଇଭିଏମ୍‌ ଟାମ୍ପରି˚ ଅଭିଯୋଗ, ଏମ୍‌ପିଭି-୬୫ ବୁଥ୍‌ରେ ପ୍ରବଳ ଉତ୍ତେଜନା

କାଲିମେଳା : ମତଦାନ ସମୟରେ ଭିଭିପାଟରୁ ବାଲାଟ୍‌ ପେପର ବାହାର କରି ଟାମ୍ପରିଂ କରାଯାଉଥିବା ଅଭିଯୋଗ ହୋଇଛି। ଏହାକୁ କେନ୍ଦ୍ର କରି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଟିଗଲ ପଞ୍ଚାୟତର ଏମିପି-୬୫ ଗାଁରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଏପରିକି ସ୍ଥାନୀୟ ଲୋକ ପୋଲିଂ ପାର୍ଟିକୁ ଆକ୍ରମଣ କରିବା ସହ ବୁଥରେ ତାଲା ପକାଇ ରଖିଥିଲେ। ପୁଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲା। ତେବେ ଲୋକେ ଆଦୌ ପୁଲିସ କଥା ନଶୁଣିବାରୁ ବିଏସଏଫକୁ ମୁତୟନ କରାଯାଇଥିଲା। ପରିସ୍ଥିତି ଅଣାୟତ୍ତ ହେଉଥିବାରୁ ପୁଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ବୈଠକ ଚାଲିଛି।

ସୂଚନା ଅନୁଯାୟୀ, ଏମପିଭି-୬୫ ଗ୍ରାମର ୨୫୪ନମ୍ବର ବୁଥରେ ଆଜି ନିର୍ଧାରିତ ସମୟରେ ମତଦାନ ଆରମ୍ଭ ହୋଇଥିଲା। ତେବେ ଭୋଟର ସଂଖ୍ୟା କମିବା ପରେ ପୋଲିଂ ପାର୍ଟି ଭିତରପଟୁ କବାଟ ବନ୍ଦ କରି ଦେଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ସନ୍ଦେହ ହେବାରୁ ଗାଁର କିଛି ଯୁବକ କବାଟ ଫାଙ୍କରେ ଭିତରେ କ’ଣ ଚାଲିଛି ଜାଣିବାକୁ ଚେଷ୍ଟା କରିଥିଲେ। ପୋଲିଂ ପାର୍ଟିରୁ ୪ଜଣ ଭିଭିପାଟ୍ ସିଲ ଖୋଲି ବାଲାଟ ପେପର ଗୁଡ଼ିକ ଟେମ୍ପରି କରିଥୁବା ଦେଖି ଧସେଇ ପଶି ଯାଇଥିଲେ। ପୋଲିଂ କର୍ମଚାରୀଙ୍କୁ ବାହାରକୁ ଭିଡ଼ି ଆଣି ପିଟିଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ବୁଥ୍ ବାହାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଏପରିକି ବୁଥ ଭିତରେ ପୋଲିଂ କର୍ମଚାରୀଙ୍କୁ ଭର୍ତି କରି ବାହାର ପଟୁ ତାଲା ପକାଇ ଅଟକ ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe