ବହୁସ୍ଥାନରେ ଇଭିଏମ୍ ଅଚଳ: ମତଦାନରେ ବିଳମ୍ବ, ଭୋଟର ଅସନ୍ତୁଷ୍ଟ

ବହୁସ୍ଥାନରେ ଇଭିଏମ୍ ଅଚଳ: ମତଦାନରେ ବିଳମ୍ବ, ଭୋଟର ଅସନ୍ତୁଷ୍ଟ

ଭୁବନେଶ୍ବର : ଦେଶରେ ଷଷ୍ଠ ପର୍ଯ୍ୟାୟ ତଥା ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ମତଦାନ ଶନିବାର ସକାଳ ୭ଟାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆରମ୍ଭ ହୋଇଛି। ରାଜ୍ୟର ବହୁସ୍ଥାନରେ ଇଭିଏମ୍ ମେସିନ ଅଚଳ ହେବାରୁ ମତଦାନରେ ବିଳମ୍ବ ହୋଇଛି। ଏହାକୁ ନେଇ ଭୋଟର ଅସନ୍ତୁଷ୍ଟ ହୋଇଛନ୍ତି। ବାଙ୍କୀ ନିର୍ବାଚନ ମଣ୍ଡଳୀ ବିଧାନ ସଦ୍ଭା ଆସନ ୮୮ ର ବାରଙ୍ଗ ବ୍ଲକ୍ ବୁଥ୍ ନମ୍ବର ୨୩୧ରେ ଇଭିଏମ୍ ଅଚଳ ହୋଇଥିଲା। ନୂଆ ମେସିନ ଲାଗିବା ପରେ ୨୦ ମିନିଟ୍ ବିଳମ୍ଵରେ ଆରମ୍ ହୋଇଥିଲା। ସେହିପରି ଖଣ୍ଡପଡା ନିର୍ବାଚନ ନଣ୍ଡଳୀର ଫତେଗଡ଼ ଗ୍ରାମର ୨୦୪ନମ୍ବର ଭୋଟ କେନ୍ଦ୍ରରେ ଅଧଘଣ୍ଟା ପର୍ଯ୍ୟନ୍ତ ଭୋଟ ଦେବାରେ ବିଳମ୍ବ ହୋଇଥିବାରୁ ଭୋଟରମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

କଟକ ସଦର କଳପଡ଼ା ପଞ୍ଚାୟତରେ ୮୧ ନମ୍ୱର୍ ବୁଥ୍‌ରେ ଇଭିଏମମ୍‌ରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ମତଦାନ ଆରମ୍ଭ ହୋଇପାରିନି । ଢେଙ୍କାନାଳ ୧୭୮ ନମ୍ବର ବୁଥରେ ଇଭିଏମ୍‌ରେ ତ୍ରୁଟି ଯୋଗୁଁ ମତଦାନ ବିଳମ୍ବ ହୋଇଛି। କୃଷ୍ଣପ୍ରସାଦ ବ୍ରେକୀଙ୍ଗୀର ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର କୃଷ୍ଣପ୍ରସାଦ ବ୍ଳକ୍ ଚିଲିକା ନୂଆପଡାର ୪୯ ,୫୦ ନମ୍ୱର ବୁଥ୍‌ରେ ଇଭିୟମର ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଛି । ଲୋକ ମାନେ ଭୋଟ ଦେବା ପାଇଁ ଲମ୍ବା ଲାଇନରେ ଠିଆ ହୋଇଛନ୍ତି । ବଡପଦନାରେ ଇଭିଏମ୍‌ରେ ଅଚଳ ହେବାରୁ ଭୋଟର ଲମ୍ବା ଲାଇନ୍‌ରେ ଠିଆ ହୋଇଛନ୍ତି।

ମତଦାନ ପ୍ରକ୍ରିୟାରେ ବିଳମ୍ବ। କୃଷ୍ଣପ୍ରସାଦ ବ୍ଳକ୍ ମାଲୁଦର ୧୩ ନମ୍ୱର ବୁଥରେ ଇଭିୟମ୍ ଅଚଳ ଲୋକଙ୍କ ଲମ୍ବା ଲାଇନରେ ଛିଡା ହୋଇଥିବାର ଦେଖିବାକୁ ମିଳିଛି। ଝାରପଡା ୟୁପି ସ୍କୁଲ ବୁଥ ନମ୍ବର ୧୮୦ ରେ ଅଭିନେତ୍ରୀ ତଥା ବିଜେପି ନେତ୍ରୀ ପିଙ୍କି ପ୍ରଧାନ ବିଜେପିର ଏଜେଣ୍ଟ ଅଛନ୍ତି। ପୁରୀ ବିଧାନସଭାର ୭୭ ନମ୍ବର ବୁଥ ଆଚଳ। ପୁରୀର ୧୧୫ ନମ୍ବର ବୁଥ ଏବଂ ବ୍ରହ୍ମଗିରି ୨୧୧ ଓ ୨୧୨ ବୁଥ ଇଭିଏମ ଅଚଳ। ମତଦାନରେ ବିଳମ୍ବ ହୋଇଛି। ପୁରୀ ବୁଥ ନଂ ୭୮ ସର୍ବୋଦୟ ନଗର ମେସିନ ଅଚଳ।ପ୍ରିଜାଇଡିଙ୍ଗ ଅଫିସର ଲୁଚିଛନ୍ତି। ଲୋକ ୪୫ ମିନିଟ୍ ଧରି ଧାଡିରେ ଠିଆ ହୋଇଥିବାର ଦେଖିବାକୁ ମିଳିଛି।

ଚିଲିକା ବ୍ଲକ ଧୂଆଁଳ ବୁଥ୍‌ରେ ଇଭିଏମ୍ ସମସ୍ୟା ଦେଖାଦେଇଛି। ସେହିପରି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବଳରାମ ଦେବ ବିଦ୍ୟାପୀଠ ୨୧୦ ନମ୍ବର ବୁଥ୍‌ରେ ଇଭିଏମ ଅଚଳ। ଅଧଘଣ୍ଟା ଭୋଟିଂ ବିଳମ୍ବ ହୋଇଛି। ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟରେ ଏଭିଏମ ମେସିନ ସମସ୍ୟା, ଭୋଟିଙ୍ଗ ବିଳମ୍ବ। ବାଣପୁରର ତିନୋଟି ବୁଥ୍‌ରେ ଇଭିଏମ୍‌ରେ ସମସ୍ୟା ଦେଖାଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe