୩୫ ହଜାର ଲାଞ୍ଚ ନେଇଥିଲେ ପୌରପାଳିକାର ପୂର୍ବତନ ହିସାବରକ୍ଷକ, ପାଇଲେ ୪ ବର୍ଷ ଜେଲଦଣ୍ଡ

Advertisment
୨୦୧୯ରେ ୫୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ ବିଡିଓ, ମିଳିଲା ୩ ବର୍ଷ ଜେଲ୍‌ଦଣ୍ଡ

ndtv.com

ଭୁବନେଶ୍ବର: ଏକ ନିର୍ମାଣ କାମର ଶେଷ ବିଲ୍‌ କରିବାକୁ ଜଣେ ଠିକାଦାରଙ୍କ ଠାରୁ ୩୫ ହଜାର ଟଙ୍କା ଲାଞ୍ଚ ନେବା ମାମଲାରେ ଭୁବନେଶ୍ବର ଭିଜିଲାନ୍ସ କୋର୍ଟର ସ୍ବତନ୍ତ୍ର ଜଜ ଜଟଣୀ ପୌରପାଳିକାର ପୂର୍ବତନ ହିସାବରକ୍ଷକ ଶରତ କୁମାର ଦାଶଙ୍କୁ ୪ ବର୍ଷ ଜେଲ୍‌ ଦଣ୍ଡ ଶୁଣାଇଛନ୍ତି। ଏଥି ସହିତ କୋର୍ଟ ୧୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ୨ ମାସ ଜେଲ ଦଣ୍ଡ ହେବ ବୋଲି କହିଛନ୍ତି।

ମାମଲାର ବିବରଣୀରୁ ଜଣାଯାଏ ଯେ, ଜଟଣୀ ପୌରପାଳିକା ଅଧିନରେ ୨୦୧୫ ମସିହାରେ ନିର୍ମାଣ ହୋଇଥିବା ସିସି ରୋଡ ସହିତ ଡ୍ରେନ୍‌ ପାଇଁ ଠିକାଦାର ଶେଷ ବିଲ୍‌ ମଂଜୁରୀ କରିବାକୁ ଚାହିଁଥିଲେ। ଏଥି ପାଇଁ ସେ ପୌରପାଳିକାର ପୂର୍ବତନ ହିସାବରକ୍ଷକ ଶରତ କୁମାର ଦାଶଙ୍କ ସହିତ ଯୋଗାଯୋଗ କରିଥିଲେ। ତେବେ ନିର୍ମାଣ କାମର ଶେଷ ବିଲ୍‌ ମଂଜୁରୀ କରିବା ପାଇଁ ଶ୍ରୀ ଦାଶ ୩୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏହା ପରେ ଅଭିଯୋଗକାରୀ ଲାଞ୍ଚ ଟଙ୍କା ବାବଦରେ ଭିଜିଲାନ୍ସ ବିଭାଗକୁ କହିଥିଲେ। ଯୋଜନା ଅନୁସାରେ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ବିଭାଗର କର୍ମଚାରୀ ଅତର୍କିତ ଚଢ଼ଉ କରିଥିଲେ। ସେହିଦିନ ଠାରୁ ମାମଲା ଚାଲିଥିଲା। ଭିଜିଲାନ୍ସ କୋର୍ଟ ମାମଲାକୁ ପ୍ରମାଣିତ କରି ଦୋଷୀ ପୂର୍ବତନ ହିସାବରକ୍ଷକ ଶରତ କୁମାର ଦାଶଙ୍କୁ ଜେଲଦଣ୍ଡ ଓ ଜରିମାନା ଶୁଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe