୩ କୋଟି ୭୦ଲକ୍ଷ ହଡ଼ପ କରିଥିଲେ; ମହିଳାଙ୍କ ସମେତ ଗିରଫ ହେଲେ ପୂର୍ବତନ ବ୍ୟାଙ୍କ ମ୍ୟାନେଜର

୩ କୋଟି ୭୦ଲକ୍ଷ ହଡ଼ପ କରିଥିଲେ; ମହିଳାଙ୍କ ସମେତ ଗିରଫ ହେଲେ ପୂର୍ବତନ ବ୍ୟାଙ୍କ ମ୍ୟାନେଜର

ଭୁବନେଶ୍ବର: ପାଞ୍ଚ ବର୍ଷ ପୂର୍ବରୁ ହୋଇଥିବା ବାତ୍ୟା ‘ଫନି’ ଟଙ୍କା ହଡ଼ପ କରି ପୁଣି ଦୁଇ ଜଣ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ପୁରୀ ଜିଲ୍ଲା ପିପିଲି ଦାଣ୍ଡମୁକୁନ୍ଦପୁର ବ୍ରାଞ୍ଚ ଇଣ୍ଡଷ୍ଟ୍ରିଆଲ ଡଭଲପ୍‌ମେଣ୍ଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆଇଡିବିଆଇ) ବ୍ୟାଙ୍କର ପୂର୍ବତନ ବ୍ୟାଙ୍କ ମ୍ୟାନେଜର ସରୋଜ କାନ୍ତ ମହାପାତ୍ର ଓ ସହଯୋଗୀ ଆଞ୍ଜେଲ ମିଶ୍ର। ଉଭୟଙ୍କୁ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ୩ କୋଟି ୭୦ ଲକ୍ଷ ଟଙ୍କା ହଡ଼ପ ଘଟଣାରେ ଗିରଫ କରିଛି।

ସୂଚନା ଅନୁସାରେ ଆଇଡିବିଆଇ ସହଯୋଗୀ ଆଞ୍ଜେଲ ମିଶ୍ରଙ୍କୁ ମୋହରା କରି ପିପିଲି ବିଡ଼ିଓ ଅଫିସର ୩ କୋଟି ୭୦ଲକ୍ଷ ହଡ଼ପ କରାଯାଇଥିଲା। ଏହି ଘଟଣାରେ ଗତ ଗୁରୁବାର ବ୍ୟାଙ୍କର ଜଣେ ଅଫିସର ତନ୍ମୟ ମହାରଣାଙ୍କୁ ଇଓଡବ୍ଲୁ ଗିରଫ କରିଥିଲା। ଇଓଡବ୍ଲୁ ଏବେ ମୁଖ୍ୟ ଅଭିଯୁକ୍ତ ସରୋଜ କାନ୍ତ ମହାପାତ୍ର ସହ ଆଞ୍ଜେଲ ମିଶ୍ରଙ୍କୁ ଗିରଫ କରିଛି।

ତିନି ଅଭିଯୁକ୍ତ ବ୍ଲକ କାର୍ଯ୍ୟାଳୟର ଫନି ଆକାଉଣ୍ଟର ୩କୋଟି ୭୦ ଲକ୍ଷ ଟଙ୍କା ହଡ଼ପ କରିଥିଲେ। ତଦନ୍ତ ବେଳେ ଜଣାପଡ଼ିଲା ତିନି ଅଭିଯୁକ୍ତ ପ୍ରଥମେ ପରିବାର ସଦସ୍ୟ ଓ ସାଙ୍ଗ ମାନଙ୍କ ନାଁରେ ବ୍ୟାଙ୍କରୁ ୩୫ଟି ମୁଦ୍ରା ଋଣ ଜରିଆରେ ଟଙ୍କା ହଡ଼ପ କରିଥିଲେ। ସେହି ଟଙ୍କାକୁ ଶୁଝିବା ପାଇଁ ଫନି ଆକାଉଣ୍ଟ ଟଙ୍କାକୁ ହଡ଼ପ କରି ବ୍ୟାଙ୍କରେ ଡିପୋଜିଟ କରିଥିଲେ। ଏନେଇ ତତ୍କାଳୀନ ବ୍ୟାଙ୍କ ମ୍ୟାନେଜର ଅଭିଯୋଗ କରିବା ପରେ ଅଭିଯୁକ୍ତକୁ ଗିରଫ କରିଥିଲା ବୋଲି ଇଓଡବ୍ଲୁ ଏସ୍‌ପି ଦିଲ୍ଲୀପ ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe