ବଲାଙ୍ଗୀର: ବିଇଡି ମାର୍କସିଟକୁ ତଞ୍ଚକତା କରି ଚାକିରି ହାତେଇଥିଲେ। ୩୫ ବର୍ଷ ଚାକିରି କରିବା ପରେ ଏବେ ଗିରଫ ହୋଇଛନ୍ତି ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଲା ବ୍ଲକ୍ ପୂର୍ବତନ ବିଆର୍ସିସି ଶ୍ୟାମସୁନ୍ଦର ପ୍ରଧାନ। ଗତବର୍ଷ ସେ ସ୍ବାସ୍ଥ୍ୟଗତ କାରଣରୁ ସ୍ବେଚ୍ଛାକୃତ ଅବସର ନେଇଥିଲେ। ୧୯୮୮ରେ ବିଇଡି ମାର୍କସିଟରେ ମାର୍କକୁ ବଦଳାଇ ସେ ଫେଲ୍ ମାର୍କକୁ ପାସ୍ କରି ଚାକିରି ପାଇଥିବା ଯାଞ୍ଚ ବେଳେ ଜଣାପଡ଼ିଥିଲା। ତୁଷୁରାସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସେ ପ୍ରଥମେ ଶିକ୍ଷକ ଭାବରେ ଚାକିରି ଆରମ୍ଭ କରିଥିଲେ। ପରେ ବିଆର୍ସିସି ଭାବରେ ପଦୋନ୍ନତି ପାଇଥିଲେ। ଏ ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ରିପୋର୍ଟକୁ ଭିତ୍ତି କରି ତୁଷୁରା ପୁଲିସ୍ ଶ୍ୟାମସୁନ୍ଦର ପ୍ରଧାନଙ୍କୁ ଗତ ୨ ତାରିଖ ଗିରଫ କରିଥିବା ବିଳମ୍ବରେ ସୂଚନା ମିଳିଛି। ବଲାଙ୍ଗୀରରେ ଜାଲ୍ ସାର୍ଟିଫିକେଟ ମାମଲା ସାରା ରାଜ୍ୟରେ ଚହଳ ପକାଇଥିବା ବେଳେ କିଛି ଦିନ ପୂର୍ବରୁ ଶିକ୍ଷା ବିଭାଗର ଜଣେ ବିଇଓ ଗିରଫ ହୋଇଥିଲେ।
ଜାଲ ସାର୍ଟିଫିକେଟ ମାମଲା: ୩୫ ବର୍ଷ ଚାକିରି କରିଥିଲେ, ପୂର୍ବତନ ବିଆର୍ସିସି ଗିରଫ
Advertisment
Follow Us