ଆଜି ‘ହାତ’ ଧରିବେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ: ସୂଚନା ଦେଲେ ପିସିସି ସଭାପତି

Advertisment
ଆଜି ‘ହାତ’ ଧରିବେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ: ସୂଚନା ଦେଲେ ପିସିସି ସଭାପତି

ଭୁବନେଶ୍ବର: ଆଜି ‘ହାତ’ ଧରିବେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ। ଦିଲ୍ଲୀସ୍ଥିତ ଏଆଇସିସି ମୁଖ୍ୟ କାର୍ଯ୍ୟାଳୟରେ ସେ କଂଗ୍ରେସ ଦଳରେ ଯୋଗ ଦେବେ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜୁନ ଖଡ୍ଗେଙ୍କ ଉପସ୍ଥିତିରେ ସେ କଂଗ୍ରେସ ଦଳରେ ଯୋଗ ଦେବେ। ତାଙ୍କ ସହ ଆଉ କିଛି ଯୁବ ନେତା ବି ଦଳରେ ସାମିଲ ହେବେ ବୋଲି ପିସିସି ସଭାପତି କହିଛନ୍ତି।
ଏକଦା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘନିଷ୍ଠ ଥିବା ବିଜୟ ପଟ୍ଟନାୟକ ୨୦୧୩ରେ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଲା ପରେ ତୁରନ୍ତ ତାଙ୍କୁ ଷ୍ଟାଫ୍ ସିଲେକ୍ସନ୍ କମିସନର ଅଧ୍ୟକ୍ଷ କରାଗଲା। ପରେ ପରେ ତାଙ୍କୁ ମାନବାଧିକାର କମିସନଙ୍କ  ସଦସ୍ୟ ଭାବେ ନିଯୁକ୍ତି ଦିଆଗଲା। ସେ ୨୦୧୫ ଏପ୍ରିଲରେ ସେଠାରୁ ଇସ୍ତଫା ଦେଇଥିଲେ।

publive-image
ରାଜନୀତିରେ ଯୋଗ ଦେବେ ବୋଲି ସରକାରୀ ପଦବୀରୁ ସେ ଇସ୍ତଫା ଦେଇଛନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଥିଲା। କିନ୍ତୁ ସେ ସମସ୍ତଙ୍କୁ ଚକିତ କରି ବେଦାନ୍ତରେ ଯୋଗ ଦେଇଥିଲେ। ପୁଣି ବେଦାନ୍ତ ବିଶ୍ୱବିଦ୍ୟାଳୟ ପରି ଏକ ବିବାଦୀୟ ପ୍ରକଳ୍ପର ମୁଖ୍ୟ ଭାବେ ଦାୟିତ୍ୱ ବି ନେଲେ। ଏହାପରେ ସେ ୨୦୧୭ରେ ବେଦାନ୍ତ ଛାଡ଼ିଦେଇଥିଲେ। ବର୍ତ୍ତମାନ କଂଗ୍ରେସରେ ଯୋଗ ଦେବା ନେଇ ସେ ପୁଣି ଚର୍ଚ୍ଚାକୁ ଫେରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe