ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ରାଇରଙ୍ଗପୁର ଗସ୍ତ; ବିଜେପି ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା

ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ରାଇରଙ୍ଗପୁର ଗସ୍ତ; ବିଜେପି ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା

ରାଇରଙ୍ଗପୁର: ସାଧାରଣ ନିର୍ବାଚନ-୨୦୨୪ ପାଇଁ ଓଡ଼ିଶାରେ ମତଦାନକୁ ଆଉ ଅଳ୍ପ କିଛିଦିନ ବାକିଥିବା ବେଳେ ସମସ୍ତ ଦଳ ପକ୍ଷରୁ ପ୍ରଚାର ଜୋରଦାର୍ ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବିଜେପିର କେନ୍ଦ୍ରୀୟ ନେତାମାନେ ମଧ୍ୟ ମୟୂରଭଂଜ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଅଂଚଳରେ ପ୍ରଚାର କରୁଛନ୍ତି। ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରୀବେନ୍ଦ୍ର ସିଂ ରାୱତ୍ ରାଇରଙ୍ଗପୁର ଗସ୍ତରେ ଆସି ପାର୍ଟି କାର୍ଯ୍ୟାଳୟରେ ହେଉଥିବା ଏକ ସଭାରେ ଯୋଗଦେଇ ବୁଥ୍ ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କୁ ଜିତିବା ପାଇଁ ଗୁରୁମନ୍ତ୍ର ଦେଇଥିଲେ। ସେ ସଭାସ୍ଥଳକୁ ପହଂଚିବା ପରେ ଦଳ ପକ୍ଷରୁ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ନ୍ଧନା ଦିଆଯାଇଥିଲା।

ରାଜ୍ୟ ସମ୍ପାଦକ ନବୀନ ରାମଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଶ୍ରୀ ରାୱତ ୩ଟି ନିର୍ବାଚନ ମଣ୍ଡଳୀର ନେତା ଓ କର୍ମୀମାନଙ୍କୁ ଉଦବୋଧନ ଦେବା ସହିତ ଲୋକସଭା ପ୍ରାର୍ଥୀ ଓ ତିନି ବିଧାନସଭାର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଗୁରୁମନ୍ତ୍ର ଦେଇଥିଲେ। ଏହା ବ୍ୟତୀତ ସେ ଓଡିଶା ଗସ୍ତରେ ଆସିବାର କାରଣ ମଧ୍ୟ କହିଥିଲେ। ସେ ବଦ୍ରିନାଥ ଧାମରୁ ଜଗନ୍ନାଥ ଧାମକୁ ଆଶୀର୍ବାଦ ପାଇଁ ଭିକ୍ଷା ପାଇଁ ଆସିଛନ୍ତି। ଏହି ଆଶୀର୍ବାଦରେ ସେ ଏହି ଅଂଚଳର ଜନସାଧାରଣଙ୍କଠାରୁ ଜଣେ ଲୋକସଭା ପ୍ରାର୍ଥୀ ଓ ୩ ଜଣ ବିଧାନସଭା ପ୍ରାର୍ଥୀଙ୍କୁ ପଦ୍ମଫୁଲ ଚିହ୍ନରେ ଭୋଟ୍ ଦେଇ ଜିତାଇବା କୃପା ଭିକ୍ଷା କରିଛନ୍ତି।

publive-image

ଉକ୍ତ ସଭାରେ ମୁଖ୍ୟଅତିଥିଙ୍କ ବ୍ୟତୀତ ମୟୂରଭଂଜ ବିଜେପି ଲୋକସଭା ପ୍ରାର୍ଥୀ ନବଚରଣ ମାଝୀ, ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଜଲେନ୍ ବାରଦା, ସାରସକଣା ବିଧାନସଭା ପ୍ରାର୍ଥୀ ଭାଦବ ହାଁସଦାଃ ଏବଂ ଯଶିପୁର ନିର୍ବାଚନ ମଣ୍ଡଳୀର ବିଧାନସଭା ପ୍ରାର୍ଥୀ ଗଣେଶରାମ୍ ସିଂ ଖୁଣ୍ଟିଆଙ୍କ ସମେତ ଜିଲ୍ଲା ସମ୍ପାଦକ ମନୋଜ ଦାସ, ମନୋରଂଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଉପେନ୍ଦ୍ର ନାଥ ମଣ୍ଡଳ, ଜିତୁ ପଟ୍ଟନାୟକ, ବିରଂଚି ସର୍ଦ୍ଧାର୍, ସାନାତନ ସାହୁ, ନିରଂଜନ ମହାପାତ୍ର, ଦୀପକ ମଣ୍ଡଳ, ଚୁନୁରାମ ହାଁସଦାଃ, ଜୟନ୍ତୀ ମହାନ୍ତ, ମଣ୍ଟୁ ବାରିକ, ବିଜୟ ବାରିକ, ସର୍ଦ୍ଧାର୍ ସୁରେନ୍ଦ୍ର ସିଂ, ପୂର୍ବତନ ବ୍ଲକ୍ ଉପାଧକ୍ଷ ଗୁଲାପ ସିଂ ମୁଣ୍ଡାରୀଙ୍କ ସମେତ ବିଭିନ୍ନ ଦଳରୁ ଶତାଧିକ ନେତା ଓ କର୍ମୀ ଯୋଗଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଦଳର ହଜାର ହଜାର କର୍ମୀ ଉପସ୍ଥିତ ଥିଲେ। ଶେଷରେ ବିଜେପିର ତିରିଂ ବ୍ଲକ୍ ଅଧକ୍ଷ ପରମେଶ୍ୱର ସମାଡ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe