ଛାତ୍ରୀ ଅସଦାଚରଣ ମାମଲା: ପୂର୍ବ ପ୍ରଧାନଶିକ୍ଷକଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ଛାତ୍ରୀ ଅସଦାଚରଣ ମାମଲା: ପୂର୍ବ ପ୍ରଧାନଶିକ୍ଷକଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ

International Adviser

ସୋନପୁର : ଏକ ଛାତ୍ରୀ ଅସଦାଚରଣ ମାମଲାର ବିଚାର କରି ଏଡିଜେ ତଥା ସ୍ପେସାଲ ଜଜ୍ ପୂର୍ଣ୍ଣିମା ଜେନା ଜଣେ ପୂର୍ବ ପ୍ରଧାନଶିକ୍ଷକଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ବୀରମହରାଜପୁର ଥାନା ଉଫୁଲାସ୍ଥିତ ଗାୟତ୍ରୀ ଆବାସିକ ଶିକ୍ଷା ନିକେତନର ତତ୍କାଳୀନ ପ୍ରଧାନଶିକ୍ଷକ ପଙ୍କଜ ଖମାରୀ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ(୧୩ ବର୍ଷ)ଙ୍କୁ ବିଭିନ୍ନ ସମୟରେ ଅସଦାଚରଣ କରୁଥିଲେ। ଏ ସମ୍ପର୍କରେ ଛାତ୍ରୀଜଣକ ବୀରମହାରାଜପୁର ଥାନାରେ ଗତ ୩ ଅଗଷ୍ଟ ୨୦୧୪ରେ ଅଭିଯୋଗ କରିଥିଲେ। ବୀରମହାରାଜପୁର ପୁଲିସ ଏକ ମାମଲା ରୁଜୁ କରି ପ୍ରଧାନ ଶିକ୍ଷକ ପଙ୍କଜ ଖମାରୀଙ୍କୁ ଗିରଫ ‌କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲା କୋର୍ଟରେ ବିଚାରାଧୀନ ଥିଲା। ଏଥିରେ ୨୦ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରା ଯାଇଥିଲା। ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ଏଡିଜେ ତଥା ସ୍ପେସାଲ ଜଜ୍ ପୂର୍ଣ୍ଣିମା ଜେନା ପଙ୍କଜ ଖମାରୀଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ସଶ୍ରମ କାରାଦଣ୍ଡଦେଶ ତଥା ୨୦ ହଜାର ଟଙ୍କା ଜରିମାନା ଦେବାକୁ ରାୟ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ୪ ମାସ ସଶ୍ରମ କାରାଦଣ୍ଡାଦେଶ ଭୋଗିବାକୁ ରାୟରେ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଦଶରଥ ମାହାଣା ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe