ଓଆରଏଚ୍‌ଡିସି ଦୁର୍ନୀତି ମାମଲା: ପୂର୍ବତନ ଆଇଏଏସ୍‌ ଅଧିକାରୀ ବିନୋଦ କୁମାରଙ୍କୁ ୩ ବର୍ଷ ଜେଲ୍, ୫୦ ହଜାର ଜରିମାନା

Advertisment
ଓଆରଏଚ୍‌ଡିସି ଦୁର୍ନୀତି ମାମଲା: ପୂର୍ବତନ ଆଇଏଏସ୍‌ ଅଧିକାରୀ ବିନୋଦ କୁମାରଙ୍କୁ ୩ ବର୍ଷ ଜେଲ୍, ୫୦ ହଜାର ଜରିମାନା

ଭୁବନେଶ୍ବର: ବହୁଚର୍ଚ୍ଚିତ ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ଓ ଉନ୍ନୟନ ନିଗମ(ଓଆରଏଚଡିସି) ଋଣ ହଡ଼ପ ମାମଲାର ଶୁଣାଣି କରି ବୁଧବାର ଦିନ ଭିଜିଲାନ୍ସ କୋର୍ଟ ୬ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ, ପୂର୍ବତନ ଆଇଏଏସ୍ ତଥା ଓଆର୍‌ଏଚ୍‌ଡିସିର ତତ୍କାଳୀନ ଏମ୍‌ଡି ବିନୋଦ କୁମାର, କଂପାନି ସଚିବ ସ୍ବସ୍ତିରଂଜନ ମହାପାତ୍ର, ଜୁନିଅର ଲୋନ୍‌ ଅଫିସର ସତ୍ୟପ୍ରକାଶ ‌ବେହେରା, ଆସିଷ୍ଟାଣ୍ଟ ସିଷ୍ଟମ ଆନାଲିଷ୍ଟ ଜ୍ଞାନେନ୍ଦ୍ର ସ୍ବାଇଁ, ପରିଚାଳନା ନିର୍ଦ୍ଦେଶକ ଦେବଦତ୍ତ ରାୟ ଓ ଭୂମିକା ବିଲ୍ଡରସ୍‌ ପ୍ରାଇଭେଟ ଲିମିଟେଡର ଅଂଶୀଦାର ବିଭୂତି ଭୂଷଣ ସ୍ବାଇଁ।

ଓଆରଏଚ୍‌ଡିସି ଦୁର୍ନୀତି ମାମଲାରେ ବିନୋଦ କୁମାରଙ୍କୁ ଭିଜିଲାନ୍ସ ବିଭାଗ ପୁଣି ସଜା ଶୁଣାଇଛି। ବନୋଦ କୁମାରଙ୍କୁ ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ଦଣ୍ଡ ହୋଇଛି। ଜରିମାନା ଅନାଦେୟ ହେଲେ ୬ ମାସ ଅଧିକ ଜେଲଦଣ୍ଡ ମିଳିବ ବୋଲି ଭିଜିଲାନ୍ସ କୋର୍ଟ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ ଦୁର୍ନୀତି ମାମଲାରେ ବିନୋଦ କୁମାର ୫ମ ଥର ପାଇଁ ଭିଜିଲାନ୍ସ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହି ମାମଲାର ତଦନ୍ତ ଭିଜିଲାନ୍ସ ଡିଏସ୍‌ପି ସରତ ମହାପାତ୍ର ଓ ଡିପି ତ୍ରିପାଠୀ କରୁଥିବା ବେଳେ ଓଡ଼ିଶା ଭିଜିଲାନ୍ସର ସ୍ପେଶାଲ ପବ୍ଲିକ ପ୍ରୋସିକ୍ୟୁଟର ହେମନ୍ତ କୁମାର ସ୍ବାଇଁ ମାମଲାର ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe