ବିଜେଡିକୁ ସଫଳତା: ଅଡ଼ୁଆରେ ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସ

Advertisment
ବିଜେଡିକୁ ସଫଳତା: ଅଡ଼ୁଆରେ ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସ

ଜଳେଶ୍ଵର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ସଫଳତା ମିଳୁଥିଲେ ମଧ୍ୟ ଭୋଗରାଇ ବିଧାୟକ ଅନନ୍ତ ଦାସଙ୍କ ପାଇଁ ୩ଟି ପଞ୍ଚାୟତର ଫଳାଫଳ ଚିନ୍ତା ବଢ଼ାଇଛି। ବିଧାୟକ ଶ୍ରୀ ଦାସଙ୍କ ନିଜ ପଞ୍ଚାୟତ ବାଲିମ ହୋଇଥିବା ବେଳେ ଗତକାଲି ଏହି ପଞ୍ଚାୟତର ନିର୍ବାଚନ ଗଣନା ପରେ ଏଠାରେ ବିଜେଡି ସମର୍ଥିତ ପ୍ରାର୍ଥୀ ପରାଜିତ ହୋଇଛନ୍ତି। ସେହିପରି ବିଧାୟକ ଶ୍ରୀ ଦାସଙ୍କ ଘନିଷ୍ଠ ରାଜନୈତିକ ସହଯୋଗୀ ତଥା ସମ୍ପର୍କୀୟ ଭାଇ ଅଚ୍ୟୁତାନନ୍ଦନ ଦାସ ମଧ୍ୟ ମହେଶପୁର ପଞ୍ଚାୟତରୁ ସମିତି ସଭ୍ୟ ଭାବେ ନିର୍ବାଚନ ଲଢ଼ି ପରାଜିତ ହୋଇଛନ୍ତି।

publive-image

ଅନ୍ୟପକ୍ଷରେ ବିଧାୟକଙ୍କ ପୁଅ ବିଶ୍ବଜିତ ଦାସ ସିଆଁରୋଇ ପଞ୍ଚାୟତରୁ ସମିତି ସଭ୍ୟ ଭାବେ ପ୍ରତିଦ୍ବନ୍ଦ୍ବିତା କରି ହାରିଯାଇଛନ୍ତି। ବିଶ୍ବଜିତଙ୍କ ବିରୋଧରେ ବିଜେଡିର ଏକଦା ଆଗଧାଡ଼ିର ନେତା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଆଶିଷ ମହାନ୍ତି ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଥିଲେ। ଆଶିଷ ଏହି ନିର୍ବାଚନରେ ମୋଟ ୧୫୮୯ ଖଣ୍ଡ ଭୋଟ ପାଇବା ସହ ୮୮ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ବିଶ୍ବଜିତଙ୍କ ପରାଜୟ ଅନନ୍ତଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଆଗାମୀ ଦିନରେ ନୂଆ ରାଜନୈତିକ ସମୀକରଣ ସୃଷ୍ଟି ହେବ ବୋଲି କୁହାଯାଉଛି।
ସୂଚନାଯୋଗ୍ୟ, ବିଧାୟକ ଶ୍ରୀ ଦାସ ୨୦୦୨ରୁ କ୍ରମାଗତ ୪ ଥର ବିଧାୟକ ଭାବେ ବିଜୟୀ ହୋଇଛନ୍ତି। ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଓ ମନ୍ତ୍ରୀ ପଦ ପରି ବହୁ ଗୁରୁତ୍ବପୂର୍ଣ୍ଣ ପଦବିରେ ଅଧିଷ୍ଠିତ ହୋଇଛନ୍ତି। ତେବେ ସମ୍ପର୍କୀୟ ଭାଇ ଓ ପୁଅର ପରାଜୟ ଦଳ ଭିତରେ ଥିବା ବିରୋଧାଭାଷକୁ ସୂଚୀତ କରୁଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe