ଭବାନୀପାଟଣା/ପିପିଲି: ଆଜି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଦ୍ବିତୀୟ ବିବାହ କରିବେ। ପ୍ରିୟଙ୍କା ଅଗସ୍ତୀଙ୍କର ହାତ ଧରିବେ ଦିବ୍ୟଶଙ୍କର। ପୁରୀ ଜିଲ୍ଲା ପିପିଲିର ଦି ଆଡଭେଞ୍ଚର କନଭେନସନରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହେଉଛି। ପୂର୍ବାହ୍ନରେ ଉଭୟଙ୍କର ନିର୍ବନ୍ଧ ସରିଛି। ସନ୍ଧ୍ୟାରେ ବାହାଘର ଅନୁଷ୍ଠିତ ହେବ ବୋଲି ଜଣାଯାଇଛି। ବିବାହ ଉତ୍ସବରେ କେବଳ ସମ୍ପର୍କୀୟ ଓ ଅତି ପାଖ ଲୋକ ସାମିଲ ହେବେ। ଯେଉଁମାନଙ୍କ ନିକଟରେ ପାସ ଅଛି ସେମାନଙ୍କୁ ବିବାହ ଉତ୍ସବକୁ ଛଡ଼ାଯିବାକୁ ଅନୁମତି ରହିଛି।
/sambad/media/post_attachments/wp-content/uploads/2023/02/a2144328-46a6-4813-a07a-ba07de4356e3.jpg)
ମିଳିଥିବା ସୂଚନା ଅନୁଯାୟୀ ଏହି ବାହାଘରରେ କନ୍ୟାଘରର ୨୮ ଜଣ ଓ ବରଘରର ୩୨ଜଣ ସାମିଲ ହେଉଛନ୍ତି। କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ପୁଣି ବିବାହ କରୁଥିବା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଥିଲା । ତାଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକ ଦେକୋଟ ଗାଁର ପ୍ରିୟଙ୍କାଙ୍କୁ ବିବାହ କରିବେ ବୋଲି ଚର୍ଚ୍ଚା ହେଉଥିଲା, ଯାହା ଏବେ ସତ ହୋଇଛି । ତେବେ ଏହା ହେଉଛି କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କର ଦ୍ୱିତୀୟ ବିବାହ । ପୂର୍ବରୁ ସେ ଜୟପାଟଣାରେ ବିବାହ କରିଥିଲେ। କୌଣସି କାରଣ ପାଇଁ ସେ ତାଙ୍କ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଛନ୍ତି। ଦିବ୍ୟଶଙ୍କରଙ୍କର ପୁଅ ବି ଅଛନ୍ତି। ସେ ଲଣ୍ଡନରେ ଥିବା ଜଣାଯାଇଛି। ଏଣେ ପ୍ରିୟଙ୍କାଙ୍କର ମଧ୍ୟ ଏହା ଦ୍ବିତୀୟ ବିବାହ। ଆଗରୁ ସେ ମାନସ ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ତେବେ ଉଭୟଙ୍କର ପରେ ଛାଡ଼ପତ୍ର ହୋଇଥିଲା।
Follow Us