ପୂର୍ବତନ ମନ୍ତ୍ରୀ ସନାତନ ବିଶିଙ୍କର ପରଲୋକ

ପୂର୍ବତନ ମନ୍ତ୍ରୀ ସନାତନ ବିଶିଙ୍କର ପରଲୋକ

ସମ୍ବଲପୁର: ଓଡ଼ିଶାର ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଏବଂ ପୂର୍ବତନ ରାଜ୍ୟସଭା ସଦସ୍ୟ ସନାତନ ବିଶିଙ୍କର ଆଜି ସକାଳ ୬ଟା ସମୟରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା। ସମ୍ବଲପୁର ସହରର ଦଳେଇପଡ଼ାସ୍ଥିତ ବାସଭବନରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିବାର ସୂଚନା ମିଳିଛି। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପତ୍ନୀ ଯାଜ୍ଞସେନୀଙ୍କ ସମେତ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

publive-image

ସନାତନ ବିଶି ୧୯୯୪ରୁ ୨୦୦୦ ମସିହା ଯାଏଁ ଜନତା ଦଳର ରାଜ୍ୟସଭା ସଦସ୍ୟ ଥିଲେ। ଏହାପରେ ସେ ୨୦୦୦ ଓ ୨୦୦୪ରେ ଦୁଇ ଥର  ବିଜେଡି ଟିକେଟରେ ରେଢାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ରାଜ୍ୟର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଭାବେ ବି ଦାୟିତ୍ବ ନିର୍ବାହ କରିଥିଲେ। ସନାତନ ବିଶି ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ତାଙ୍କ ବିୟୋଗରେ ସମ୍ବଲପୁରରେ ଶୋକର ଛାୟା ଖେଳିଯାଇଛି। ଏହି ବରିଷ୍ଠ ରାଜନେତାଙ୍କର ଶେଷ ଦର୍ଶନ ଲାଗି ଲୋକେ ପହଞ୍ଚୁଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe