କଂଗ୍ରେସ ଛାଡ଼ିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂହ ଭୋଇ, ଏଆଇସିସି ସଭାପତିଙ୍କୁ ପଠାଇଲେ ଇସ୍ତଫାପତ୍ର

କଂଗ୍ରେସ ଛାଡ଼ିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂହ ଭୋଇ, ଏଆଇସିସି ସଭାପତିଙ୍କୁ ପଠାଇଲେ ଇସ୍ତଫାପତ୍ର

ଭୁବନେଶ୍ବର: ଓଡ଼ିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନ ପୂର୍ବରୁ ପୂର୍ବତନ ମନ୍ତ୍ରୀ ତଥା ବଲାଙ୍ଗୀର ଜିଲ୍ଲା ସଭାପତି ସୁରେନ୍ଦ୍ର ସିଂହ ଭୋଇ ଗୁରୁବାର କଂଗ୍ରେସ ଛାଡ଼ିଛନ୍ତି। ଶ୍ରୀ ଭୋଇ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ବଲାଙ୍ଗୀର ଜିଲ୍ଲା କଂଗ୍ରେସ କମିଟିର ସଭାପତି ପଦ ମଧ୍ୟ ଛାଡ଼ିଛନ୍ତି। ଏଥି ସହିତ ସେ ନିଜର ଇସ୍ତଫା ପତ୍ରକୁ ପିସିସି ସଭାପତିଙ୍କ ଜରିଆରେ ଅଖିଳ ଭାରତୀୟ କଂଗ୍ରେସ କମିଟିର ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ପଠାଇଛନ୍ତି।

ଦଳ ଛାଡ଼ିବା ସହିତ ପୂର୍ବତନ ମନ୍ତ୍ରୀ ଏହାର କାରଣ ମଧ୍ୟ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟ ଶ୍ରୀ ଭୋଇ କଂଗ୍ରେସ ସହିତ ୩୮ ବର୍ଷ କାମ କରିଛନ୍ତି। ୧୯୯୫ରୁ ୨୦୦୪ ପର୍ଯ୍ୟନ୍ତ ସଇଁତଳାରୁ ବିଧାୟକ ହୋଇଥିଲେ। ସେହିପରି ୨୦୦୯ରୁ ୨୦୧୪ ଯାଏଁ ଟିଟିଲାଗଡ଼ରୁ ବିଧାୟକ ହୋଇଥିଲେ। କଂଗ୍ରେସ ସରକାରରେ ସେ ଜଙ୍ଗଲ ଓ ପରିବେଶ, ଗ୍ରାମ୍ୟ ଉନ୍ନୟନ ବିଭାଗରେ ମନ୍ତ୍ରୀ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe