ଛତ୍ରପୁର: ଛତ୍ରପୁରର ପୂର୍ବତନ ବିଧାୟକ ଆଦିକନ୍ଦ ସେଠୀଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା। ଆଜି ଭୋର ସମୟରେ ତାଙ୍କର ବିୟୋଗ ଘଟିଛି । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସିତ ହେବା ପାଇଁ ଯାଇଥିବା ବେଳେ ଆଜି ଭୋର୍ ସମୟରେ ମୃତ୍ୟୁବରଣ କରିଛନ୍ତି।
୨୦୦୯ରୁ ୨୦୧୪ ଯାଏ ସେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିରୁ ବିଧାୟକ ଥିଲେ। ହେଲେ ଏହାପରେ ଆଦିକନ୍ଦ ସେଠୀ ୨୦୧୪ରେ ବିଜେଡିରେ ଯୋଗ ଦେଇଥିଲେ। ସ୍ବର୍ଗତଃ ସେଠୀ ଶିକ୍ଷକତାରୁ ରାଜନୀତି କ୍ଷେତ୍ରକୁ ଆସିଥିଲେ। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ନିଜ ଗାଁରେ ଛତ୍ରପୁରର ପୂର୍ବତନ ବିଧାୟକ ଆଦିକନ୍ଦ ସେଠୀଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି।
ଛତ୍ରପୁରର ପୂର୍ବତନ ବିଧାୟକ ଆଦିକନ୍ଦ ସେଠୀଙ୍କ ପରଲୋକ
Advertisment
Follow Us