ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜେଲ୍‌ ଗଲେ ବିଜେଡିର ପୂର୍ବତନ ବିଧାୟକ ଅନାମ ନାଏକ

ପୂର୍ବତନ ବିଧାୟକ ଅନାମ ନାଏକଙ୍କୁ ଜାମିନ

Political News Odisha.

କଟକ/ଭବାନୀପାଟଣା : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ନିର୍ବାଚନମଣ୍ଡଳୀର ବିଜେଡିର ପୂର୍ବତନ ବିଧାୟକ ଅନାମ ନାଏକଙ୍କୁ ଭିଜିଲାନ୍ସ ଆଜି ଗିରଫ କରିଛି। କଟକର ନିଆଳିରୁ ଗିରଫ ଅନାମଙ୍କୁ ରାତି ପ୍ରାୟ ସାଢ଼େ ୯ଟାରେ ଭବାନୀପାଟଣା ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ତେବେ ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ଜେଲ୍‌କୁ ହାଜତକୁ ପଠାଇ ଦିଆଯାଇଛି।

ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଗତ ୧୭ ତାରିଖ ଦିନ ସକାଳେ ଶ୍ରୀ ନାଏକଙ୍କ ଭବାନୀପାଟଣା ସହରସ୍ଥିତ ନକଟିଗୁଡ଼ା ବାସଭବନ, ପୁରୁଣାପଡ଼ା ଛକ ନିକଟ ନିର୍ମାଣାଧୀନ ଲଜ୍‌ ଓ ମଦନପୁର -ରାମପୁରସ୍ଥିତ ଶ୍ରୀରାମ କ୍ରିଷ୍ଣା ଲଜ୍‌ ଉପରେ ଏକକାଳୀନ ତିନିଟି ଟିମ୍ ଚଢ଼ଉ କରିଥିଲେ। ଭବାନୀପାଟଣାଠାରେ ତିନି ମହଲା କୋଠା ତଥା ମଦନପୁର-ରାମପୁରଠାରେ ତାଙ୍କ ସ୍ତ୍ରୀଙ୍କ ନାଁରେ ଲଜ୍‌ ଓ ବିଦେଶୀ ମଦ ଦୋକାନ ରହିଛି। ବହୁ ପରିମାଣର ଜମି ଓ ଅନ୍ୟାନ୍ୟ ସମ୍ପତ୍ତିର କାଗଜପତ୍ର ଭିଜିଲାନ୍ସର ଜବତ କରିଥିଲା।

୧୯୯୦ ମସିହାରେ ଅନାମ ଜିଲ୍ଲାପାଳ କାର୍ଯ୍ୟାଳୟଠାରେ କନିଷ୍ଠ କିରାଣି ଭାବେ ଯୋଗ ଦେଇଥିଲେ। ପରେ ଭବାନୀପାଟଣା ସହସିଲ କାର୍ଯ୍ୟାଳୟରେ କାର୍ଯ୍ୟ କରିଥିଲେ। ୨୦୦୫ ମସିହାରେ ସରକାରୀ କିରାଣି ପଦରୁ ସ୍ୱେଚ୍ଛାକୃତ ଅବସର ନେଇ କଂଗ୍ରେସ ଟିକଟରେ ଭବାନୀପାଟଣା ସଦର ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ହୋଇଥିଲେ। ଏହି ନିର୍ବାଚନରେ ସେ ପରାଜିତ ହୋଇଥିଲେ। ସେତେବେଳେ ସେ ତାଙ୍କ ନିର୍ବାଚନୀ ଏଫିଡେଫିଟରେ ସମ୍ପତ୍ତି ପରିମାଣ ମୋଟ ୩୫ ଲକ୍ଷ ଟଙ୍କା ଉଲ୍ଲେଖ କରିଥିଲେ। ୨୦୧୪ ମସିହାରେ ସେ ବିଜେଡି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେହି ସମୟ‌ରେ ଖଣି ଲିଜ୍‌ ପାଇଁ ଲାଞ୍ଚ କାରବାର ଅଭିଯୋଗର ଏକ ଷ୍ଟିଙ୍ଗ୍‌ ଅପରେସନର କ୍ୟାମେରାରେ ଧରାପଡ଼ିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe