ହାତ ଛାଡ଼ିଲେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି: ପିସିସି ସଭାପତିଙ୍କ ନିକଟକୁ ପଠାଇଲେ ଇସ୍ତଫା ପତ୍ର 

Advertisment
ରାଜନଗର ରାଜନୀତି ସରଗରମ: ଅ˚ଶୁମାନଙ୍କ ସମର୍ଥକଙ୍କୁ ମନାଇବାକୁ କସରତ

Wikipedia

ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର ପୂର୍ବତନ ବିଧାୟକ ତଥା ଜିଲ୍ଲା କଂଗ୍ରେସ କମିଟି ସଭାପତି ଅଂଶୁମାନ ମହାନ୍ତି ଅବଶେଷରେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫା ପତ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି। ତେବେ ଏହାପରେ ‌ସେ କେଉଁ ଦଳରେ ‌ସାମିଲ ହେବେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ରାଜନଗରର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ନଳିନୀକାନ୍ତ ମହାନ୍ତିଙ୍କ ସୁପୁତ୍ର ଅଂଶୁମାନ ମହାନ୍ତି ୨୦୧୪ରୁ ୨୦୧୯ ଯାଏ କଂଗ୍ରେସ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥଲେ।

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଅଂଶୁମାନ ବିଜେଡିକୁ ଯିବେ ବୋଲି ଚର୍ଚ୍ଚା ହେଉଥିଲା। ଗଲା ୬ମାସ ହେଲା ବିଜେଡି ସହିତ ବିଜେପିରେ ମିଶିବା ଚର୍ଚ୍ଚା ମଧ୍ୟ ବଢିଛି। ୬ମାସ ତଳେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ତା ଅଂଶୁମାନ ବାବୁଙ୍କ ଗାଁରେ ପହଁଚି ଟିଫିନ୍‌ ପେ ଚର୍ଚ୍ଚା ବୈଠକ କରିଥିଲେ। ଗାଁରେ ପହଁଚିବା ପରେ ନଳିନୀ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ବୈଠକକୁ ଯାଇଥିଲେ। ସେବେଠୁଁ ଅଂଶୁମାନଙ୍କ ବିଜେପିରେ ମିଶିବା ଚର୍ଚ୍ଚା ଚାଲିଛି। କିନ୍ତୁ ଏଭଳି ଚର୍ଚ୍ଚାକୁ ଅଂଶୁମାନ ଖଣ୍ଡନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe