ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ବଳଭଦ୍ର ମାଝୀ

Advertisment
ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ବଳଭଦ୍ର ମାଝୀ

ଭବାନୀପାଟଣା: ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବିଜେଡିର ପୂର୍ବତନ ବିଧାୟକ ବଳଭଦ୍ର ମାଝୀ। ସେ ତାଙ୍କର ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି।
ସୂଚନାଯୋଗ୍ୟ, ଲଗାତାର ଭାବରେ ୧୯୯୦ ମସିହାରୁ ବଳଭଦ୍ର ମାଝୀ ଲାଞ୍ଜିଗଡ଼ ବିଧାନସଭାରୁ ୫ଥର ନିର୍ବାଚିତ ହୋଇଥିଲେ। ହେଲେ ୨୦୧୯ରେ ଦଳ ତାଙ୍କୁ ଟିକେଟ ଦେଇନଥିଲା। ଟିକେଟ କଟିବା ପରେ କର୍ମୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ତାପରେ ବି ସେ ବିଜେଡିରେ ସକ୍ରିୟ ଥିଲେ। ହେଲେ ଦଳରେ ଅବହେଳାର ଶିକାର ହୋଇଥିବା କାରଣରୁ ବଳଭଦ୍ର ମାଝୀ ବିଜେଡିରୁ ଇସ୍ତଫା ଦେଇଥିବା ଜଣାଯାଇଛି। ସେ କଂଗ୍ରେସରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe