ପାଟଣାର ପୂର୍ବତନ ବିଧାୟକ ଗୌରହରି ନାଏକଙ୍କ ପରଲୋକ

Advertisment
ପାଟଣାର ପୂର୍ବତନ ବିଧାୟକ ଗୌରହରି ନାଏକଙ୍କ ପରଲୋକ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବିଧାନସଭା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଗୌରହରି ନାଏକଙ୍କର ଗତକାଲି ବିଳମ୍ବିତ ରାତିରେ ପରଲୋକ ଘଟିଛି। ତାଙ୍କୁ ୬୨ ବର୍ଷ ହୋଇଥିଲା। ସେ କିଛିଦିନ ହେଲା ସ୍ନାୟୁ ଓ ରକ୍ତଚାପ ରୋଗରେ ପୀଡ଼ିତ ହୋଇ ଭୁବନେଶ୍ବରସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସପ୍ତାହେ ହେବ ତାଙ୍କୁ ନିଜ ଗାଁ ସାହାରପଡ଼ା ବ୍ଲକ ହଳଦିବଟାସ୍ଥିତ ବାସଭନବକୁ ଅଣାଯାଇଥିଲା। ଗତକାଲି ରାତିରେ ତାଙ୍କର ପରଲୋକ ହୋଇଥିଲା।

ସୂଚନା ଅନୁସାରେ, ୧୯୫୯ ନଭେମ୍ବର ୨୧ରେ ଜନ୍ମିତ ସ୍ବର୍ଗତ ନାଏକ ଇଲେକ୍‌ଟ୍ରୋନିକ୍ସ ଓ ଟେଲି ଯୋଗାଯୋଗରେ ଡିପ୍ଲୋମା କରିବା ପରେ ଭାରତୀୟ ବାୟୁସେନାରେ ଯୋଗଦେଇଥିଲେ। ଅବସର ନେବା ପରେ ନିଜକୁ ସମାଜସେବାରେ ନିୟୋଜିତ ରଖିବା ସହ ପରେ ବିଜେପିରେ ଯୋଗଦେଇଥିଲେ। ୨୦୦୦ ରୁ ୨୦୦୪ ଓ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଦୁଇଥର ପାଟଣା ବିଧାନସଭା କ୍ଷେତ୍ରରୁ ବିଜେପି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

ଶେଷ ସମ୍ମାନ ପ୍ରଦର୍ଶନ ସ୍ବରୂପ ତାଙ୍କ ମରଶରୀରରେ ବିଜେପି ପକ୍ଷରୁ ଦଳୀୟପତାକା ଢାଙ୍କି ଶବ ଶୋଭାଯାତ୍ରା କରାଯାଇ ଗାଁ ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ ହୋଇଛି। ପୁତ୍ର କ୍ଷିତୀଶ ନାଏକ ମୁଖାଗ୍ନି ଦେଇଥିଲେ। ଘରେ ତାଙ୍କର ପତ୍ନୀ ନନ୍ଦିନୀ ନାଏକ ରୋଗାକ୍ରାନ୍ତ ଥିଲାବେଳେ ଜଣେ ଝିଅ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe