ଯାଜପୁର: ଧର୍ମଶାଳାର ପୂର୍ବତନ ବିଧାୟକ କାଙ୍ଗାଳି ଚରଣ ପଣ୍ଡାଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା। ଗତକାଲି ରାତିରେ ବାର୍ଦ୍ଧକ୍ୟ କାରଣରୁ ତାଙ୍କର ମୃତ୍ୟୁ ହୋଇଯାଇଛି। ତାଙ୍କ ଘର ରସୁଲପୁର ବ୍ଲକ ବାହାଦଲାପୁର ପଞ୍ଚାୟତ ଗରିପୁର ଗ୍ରାମରେ।
ସେ ୧୯୮୦ ମସିହାରେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ବିଜୟୀ ହୋଇ ବିଧାୟକ ହୋଇଥିବା ବେଳେ୧୯୮୫ରୁ ୧୯୯୦ ପର୍ଯ୍ୟନ୍ତ କଂଗ୍ରେସରୁ ବିଧାୟକ ହୋଇ ଲୋକଙ୍କ ସେବା କରିଥିଲେ। ତାଙ୍କ ବିୟୋଗରେ ସେହି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଧର୍ମଶାଳାର ପୂର୍ବତନ ବିଧାୟକ କାଙ୍ଗାଳି ଚରଣ ପଣ୍ଡାଙ୍କ ପରଲୋକ
Advertisment
Follow Us