ପୂର୍ବ ବିଧାୟକ ପରୀକ୍ଷିତ କର୍ଣ୍ଣଙ୍କ ପରଲୋକ

Advertisment
ପୂର୍ବ ବିଧାୟକ ପରୀକ୍ଷିତ କର୍ଣ୍ଣଙ୍କ ପରଲୋକ

ବିନିକା : ସୋନପୁର ଜିଲ୍ଲା ବିନିକାର ପୂର୍ବ ବିଧାୟକ ପରୀକ୍ଷିତ କର୍ଣ୍ଣ (୮୨)ଙ୍କ ବୁଧବାର ସଂଧ୍ୟାରେ ବିନିକା ବ୍ଲକ ଶଙ୍କରା ସ୍ଥିତ ନିଜ ବାସଭବନରେ ପରଲୋକ ହୋଇଯାଇଛି। ସେ କିଛି ମାସ ହେବ ଅସୁସ୍ଥ ଥିଲେ। ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତ୍ୟୁ ପରେ ନିଜଗ୍ରାମ ଶଙ୍କରା ଗ୍ରାମରେ ଏକ ଶୋଭାଯାତ୍ରା କରି ପାପକ୍ଷଘାଟ ଘାଟରେ ଶେଷକୃତ ସମ୍ପନ୍ନ କରାଯାଇଥିଲା। କନିଷ୍ଠ ପୁତ୍ର ଦିଲ୍ଲୀପ କର୍ଣ୍ଣ ମୁଖାଗ୍ନି ଦେଇଥିଲେ। ସ୍ବର୍ଗତ କର୍ଣ୍ଣ ୧୯୩୭ ମସିହା ଜାନୁଆରି ୨୩ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ଶ୍ରୀ କର୍ଣ୍ଣ ୧୯୭୭ ରୁ ୧୯୮୦ ପର୍ଯ୍ୟନ୍ତ ବିନିକା ନିର୍ବାଚନମଣ୍ଡଳୀରୁ ବିଜୟୀ ହୋଇଥିଲେ।। ସେ ସ୍ୱାଧୀନ ପ୍ରାର୍ଥୀ ଭାବରେ ବିଧାୟକ ହୋଇଥିଲେ। ପରେ ଲୋକଦଳରେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe