ନିଖୋଜ ହେବାର ୫ ଦିନ ପରେ ଉଦ୍ଧାର ହେଲେ ଆସିକାର ପୂର୍ବତନ ବିଧାୟକ ସରୋଜ ପାଢ଼ୀ

Advertisment
ନିଖୋଜ ହେବାର ୫ ଦିନ ପରେ ଉଦ୍ଧାର ହେଲେ ଆସିକାର ପୂର୍ବତନ ବିଧାୟକ ସରୋଜ ପାଢ଼ୀ

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲା ଆସିକାର ପୂର୍ବତନ ବିଧାୟକ ସରୋଜ ପାଢ଼ୀ ଆଜି ବ୍ରହ୍ମପୁରରୁ ଉଦ୍ଧାର ହୋଇଛନ୍ତି। ସେ ନିଖୋଜ ହେବାର ୫ ଦିନ ପରେ କମିସରେଟ ପୁଲିସ ଦ୍ବାରା ଉଦ୍ଧାର ହୋଇଥିବା ଜଣାଯାଇଛି। ତାମିଲନାଡୁର ରାମେଶ୍ବରମ୍‌ ଠାରୁ ଆସି ବ୍ରହ୍ମପୁରରେ ପହଞ୍ଚିବା ପରେ ଶ୍ରୀ ପାଢ଼ୀଙ୍କୁ କମିସନରେଟ ପୁଲିସ ଠାବ କରିଥିଲା। ତାଙ୍କୁ ଉଦ୍ଧାର କରାଯିବା ପରେ ଭୁବନେଶ୍ବର ଅଣାଯାଉଥିବା ଜଣାପଡ଼ିଛି। ସରୋଜ ପାଢ଼ୀ ଉଦ୍ଧାର ନେଇ କ୍ୟାପିଟାଲ ଥାନାର ଆଇଆଇସି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ୧୨ ତାରିଖ ଦିନ ଶ୍ରୀ ପାଢ଼ୀ ନିଖୋଜ ହେବା ନେଇ ତାଙ୍କ ପୁଅ ଭୁବନେଶ୍ବରସ୍ଥିତ କ୍ୟାପିଟାଲ ଥାନାରେ  ଏତଲା ଦେଇଥିଲେ। ଏତଲାରେ ତାଙ୍କ ପୁଅ ଦର୍ଶାଇଥିଲେ ଯେ, ଶ୍ରୀ ପାଢ଼ୀ ୟୁନିଟ୍‌-୬ସ୍ଥିତ ରାଧାକ୍ରିଷ୍ଣ ଏନ୍‌କ୍ଲେଭ ଘରୁ ମେ’ ୧୨ ତାରିଖ ସକାଳୁ ଘରୁ ବାହାରକୁ ଯାଇଥିଲେ। କିନ୍ତୁ ସେ ସେବେଠାରୁ ଆଉ ଘରକୁ ଫେରିନାହାନ୍ତି। ଶ୍ରୀ ପାଢ଼ୀଙ୍କ ମୋବାଇଲ୍‌ ଫୋନ୍‌ ମଧ୍ୟ ବନ୍ଦ ଅଛି। କିନ୍ତୁ ୧୪ ତାରିଖ ରାତି ପାଖାପାଖି ସାଢ଼େ ୯ଟା ସମୟରେ ଏକ ଅଜଣା ନମ୍ବରରୁ ପୁଅ ନମ୍ବରକୁ କଲ୍‌ ଆସିଥିଲା। ପୁଅ ଫୋନ ଉଠାଇବା ପରେ ବାପାଙ୍କ ସ୍ବର ଶୁଣି ଖୁସି ହୋଇଯାଇଥିଲେ। ତେବେ ସେ ତାମିଲ୍‌ନାଡ଼ୁ ରାମେଶ୍ବରମରେ ଥିବା କହିଥିଲେ। କେହି ବ୍ୟସ୍ତ ହୁଅନି ମୁଁ ଦୁଇଦିନରେ ଘରେ ପହଞ୍ଚିବି ବୋଲି କହିଥିଲେ। କାଳେ ସେ ଆସିବ‌େ କି ନାହିଁ; ଏଥିପାଇଁ ପୁଅ କ୍ୟାପିଟାଲ୍‌ ଥାନା ପୁଲିସକୁ ଘଟଣା ବିଷୟରେ ଜଣାଇଥିଲେ।

publive-image

ନମ୍ବର ଟ୍ରାକିଂରୁ ଜଣାପଡ଼ିଥିଲା ଯେ, ଯେଉଁ ନମ୍ବରରୁ କଲ୍‌ ଆସିଛି ତାହା ଚେନ୍ନାଇର। ଏହାପରେ ପୁଲିସର ଏକ ଟିମ୍‌ ସହ ତାଙ୍କ ପୁଅ ତାମିଲ୍‌ନାଡ଼ୁ ଯାଇଥିଲେ। ଆଉ ସେଠାରେ ତାଙ୍କୁ ଖୋଜାଖୋଜି କରିଥିଲେ। ହେଲେ ତାଙ୍କର କୌଣସି ଖୋଜ୍‌ଖବର ମିଳିନଥିଲା। ଫଳରେ ପୁଲିସ ଓ ତାଙ୍କ ପରିବାର ଚିନ୍ତାରେ ପଡ଼ିଯାଇଛନ୍ତି। ପ୍ରକୃତରେ ସେ ନିଜ ଇଚ୍ଛାରେ ଯାଇଛନ୍ତି ନା ତାଙ୍କୁ କେହି ନେଇଯାଇଛି ? ନା ଏହାପଛରେ ଅନ୍ୟ କୌଣସି କାରଣ ରହିଛି? କାଳେ ଆଉ ତାଙ୍କ ଫୋନ୍‌କଲ୍‌ ଆସିବ; ଏଥିପାଇଁ ପୁଲିସର ଟିମ୍‌ ସହ ତାମିଲ୍‌ନାଡ଼ୁରେ ଡେରା ପକାଇଛନ୍ତି ପରିବାର ଲୋକ।

ଉଲ୍ଲେଖନୀୟ ଯେ, ସରୋଜ କୁମାର ପାଢୀ ଆସିକା ରାଜନୀତିରେ ଗତ ୨୫ ବର୍ଷ ଧରି ସକ୍ରିୟ ଅଛନ୍ତି । ସେ ୨୦୦୪ ରୁ ୨୦୦୯ ଆସିକାରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଧାୟକ ନିର୍ବାଚିତ ହୋଇଥିଲେ। ପୁଣି ୨୦୦୯ ରେ ସ୍ୱାଧୀନ ଭାବେ ଲଢ଼ି ପରାଜିତ ହୋଇଥିଲେ। ୨୦୧୪ ନିର୍ବାଚନ ସେ କଂଗ୍ରେସ ଟିକଟରେ ଲଢ଼ି ପରାଜିତ ହୋଇଥିଲେ। ସେ ୧୯୯୫ରେ ପ୍ରଥମ ଥର ଜନତା ଦଳରୁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ। ୨୦୦୦ ମସିହାରେ ମଧ୍ୟ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ। ଆସିକା ଅଞ୍ଚଳରେ ତାଙ୍କର ନିଜସ୍ୱ ସଂଗଠନ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe