ନବରଂଗପୁରରେ ଚାଷୀଙ୍କୁ ସାର ସମସ୍ୟା ନେଇ ମୁହାଁ ଖୋଲିଲେ ପୂର୍ବତନ ସାଂସଦ

ନବରଂଗପୁରରେ ଚାଷୀଙ୍କୁ ସାର ସମସ୍ୟା ନେଇ ମୁହାଁ ଖୋଲିଲେ ପୂର୍ବତନ ସାଂସଦ

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକରେ ଚାଷୀଙ୍କୁ ମିଳୁନି ସାର। ବିଶେଷ କରି ଚାଷ କାମ ଆରମ୍ଭରୁ ଡ଼ିଏପି ସାରର ଆବଶ୍ୟକତା ରହିଥିବା ବେଳେ ଚାଷୀ ମାନଙ୍କୁ ଡ଼ିଏପି ସାର ମିଳୁନାହିଁ। ଏନେଇ ମୁହଁ ଖଲିଛନ୍ତି ପୂର୍ବତନ ସାଂସଦ ତଥା ବରିଷ୍ଟ ବିଜେଡି ନେତା ପ୍ରଦୀପ ମାଝୀ।

ଶ୍ରୀ ମାଝୀଙ୍କ ଅଭିଯୋଗ ପ୍ରକାରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସହ ଉମରକୋଟ, ରାଇଘର, ଡାବୁଗାଁ ବ୍ଲକ ଏସିଆ ମହାଦେଶରେ ମକା ଓ ଧାନ ଚାଷ ପାଇଁ ପ୍ରସିଦ୍ଧ।ତେବେ ସଠିକ ସମୟରେ ଚାଷୀ ମାନଙ୍କୁ ସାର ମିଳୁନାହିଁ। ଫଳରେ ଚାଷ କାମ ଆଗେଇ ପାରୁନାହିଁ।

ସେହିପରି ଝରିଗାଁ ବ୍ଲକ ଲେମ୍ପସରେ ସାରର ଅଭାବ ବିକ୍ରି ଯୋଗୁଁ ସ୍ଥାନୀୟ ଚାଷୀ ମାନେ ସ୍ୱୀକୃତି ପ୍ରାପ୍ତ ବେସରକାରୀ ଦୋକାନ ଗୁଡିକରେ ଚଢା ଦରରେ ସାର କ୍ରୟ କରୁଥିବା ଅଭିଯୋଗ କରିଛନ୍ତି। ଡ଼ିଏପି ସାରର ମୂଲ୍ୟ ୧୩୫୦ ଟଙ୍କା ରହିଥିବା ବେଳେ ସ୍ୱୀକୃତି ପ୍ରାପ୍ତ ବେସରକାରୀ ଦୋକାନ ଗୁଡିକରେ ୧୮୦୦ ଟଙ୍କାରେ ବିକ୍ରି କରୁଥିବା ଅଭିଯୋଗ କରିଛନ୍ତି।

ସେହିପରି ଦିନକୁ ଦିନ ସାରର କଳାବଜାର ବଡିବାରେ ଲାଗିଛି କିନ୍ତୁ ପ୍ରଶାସନ ସାରର କଳାବଜାର ରୋକିବାରେ ବିଫଳ ହେଉଥିବା ଅଭିଯୋଗ କରିଛନ୍ତି। ପ୍ରଶାସନ ପକ୍ଷରୁ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଡବଲ ଇଞ୍ଜିନ ସରକାର ରହିଥିବା ବେଳେ ଚାଷୀମାନେ ସାର ପାଇବାରୁ ବଞ୍ଚିତ ହୋଇ ସମସ୍ୟାର ସମ୍ମୁଖିନ ହେଉଛନ୍ତି।ତେଣୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଷ ଓ ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ତୁରନ୍ତ ସାର ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି। ଯଦି ତୁରନ୍ତ ସାର ସମସ୍ୟାର ସମାଧାନ ନହୁଏ ତେବେ ଚାଷୀ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe