ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ଗିରଫ, ଜାମିନ ନାମଞ୍ଜୁର ହେବା ପରେ ଜେଲଗଲେ

Advertisment
ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ଗିରଫ, ଜାମିନ ନାମଞ୍ଜୁର ହେବା ପରେ ଜେଲଗଲେ

ଭୁବନେଶ୍ବର : ଯୌନକେଳେଙ୍କାରୀ ମାମଲାରେ ଫସି ଫେରାର ଥିବା ବିଜେଡି ନେତା ତଥା ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁରଙ୍କୁ ଆଜି ଗିରଫ କରାଯାଇଛି। ତାଙ୍କୁ ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମା ଇଚ୍ଛାପୁରମରୁ ତାଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି । ଗିରଫ କରାଯିବା ପରେ ତାଙ୍କୁ ଫୁଲବାଣୀ ଏସଡିଜେଏମ କୋର୍ଟରେ ହାଜିର କରାଯାଇଛି । ଅନ୍ୟପଟେ ଦେବେନ୍ଦ୍ର ପୋଲିସ ପାଖରେ ଆତ୍ମସମର୍ପଣ କରିଥିବା କହିଛନ୍ତି । ସେ ଆନ୍ଧ୍ରପ୍ରଦେଶରୁ ଗିରଫ ହୋଇନାହାଁନ୍ତି, ମାତ୍ର ସେ ଘରେ ଥିଲେ ବୋଲି କହିଛନ୍ତି ।  କୋର୍ଟ ତାଙ୍କ ଜାମିନ ନାମଂଜୁର କରିବା ସହ ତାଙ୍କୁ ୧୪ ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ପଠାଇଦେଇଛନ୍ତି ।

ସୂଚନାଯୋଗ୍ୟ, ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ଜଣେ ଯୁବତୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ଗତ ସେପ୍ଟେମ୍ବର ୩ ତାରିଖରେ ଏ ନେଇ ପୀଡ଼ିତା ଜଣକ ଦେବେନ୍ଦ୍ରଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ମୁତାବକ ଦେବେନ୍ଦ୍ର ଓ ତାଙ୍କ ଡ୍ରାଇଭର ସଦର ଥାନା ଗୌଡ଼ପଡ଼ାରେ ରହୁଥିବା ସଂପୃକ୍ତ ଯୁବତୀଙ୍କ ଘରେ ବିଳମ୍ବିତ ରାତିରେ ପହଞ୍ଚିଥିଲେ। ପରେ ସେମାନେ ଯୁବତୀଙ୍କୁ ଅସଦାଚରଣ କରିବା ସହ ତାଙ୍କ ମାଆଙ୍କୁ ବାଡାବାଡି କରିଥିଲେ। ଏହା ପରେ ଦେବେନ୍ଦ୍ରଙ୍କ ଏକ ଅନ୍ତରଙ୍ଗ ମୂହୂର୍ତ୍ତର ଭିଡିଓ ମୋବାଇଲକୁ ମୋବାଇଲ ଘୂରି ବୁଲିଥିଲା। ବିବାହିତ ହୋଇ ମଧ୍ୟ ଏକାଧିକ ଯୁବତୀଙ୍କ ସହ ଦେବେନ୍ଦ୍ର ଶାରୀରିକ ସମ୍ପର୍କ ରଖି ସେମାନଙ୍କୁ ବ୍ଲାକମେଲ୍ କରୁଥିବା ପୀଡିତା ଜଣକ ଅଭିଯୋଗ କରିଥିଲେ।ତେବେ ଘଟଣାର ଅନେକ ଦିନ ପରେ ପୂର୍ବତନ ବିଧାୟକଙ୍କୁ ଗିରଫ କରାନଯିବା ନେଇ ଅସନ୍ତୋଷ ଦେଖାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe