ମହିଳାଙ୍କୁ ପ୍ରଲୋଭନ ଦେଖାଇ ଶାରୀରିକ ସଂପର୍କ ରଖୁଥିଲେ ପୂର୍ବତନ ପୁଲିସ ଅଧିକାରୀ, ଧରିପକାଇଲେ‌ ଲୋକେ

ମହିଳାଙ୍କୁ ପ୍ରଲୋଭନ ଦେଖାଇ ଶାରୀରିକ ସଂପର୍କ ରଖୁଥିଲେ ପୂର୍ବତନ ପୁଲିସ ଅଧିକାରୀ, ଧରିପକାଇଲେ‌ ଲୋକେ

ତୁମୁଡ଼ିବନ୍ଧ: କନ୍ଧମାଳ ଜିଲ୍ଲା ବେଲଘର ଥାନା ଅଞ୍ଚଳରୁ ନଜରକୁ ଆସିଛି ଏକ ଅଭାବନୀୟ ଘଟଣା। ଏହି ଥାନାର ପ୍ରାକ୍ତନ ଓଏପିଏଫ ପୁଲିସ ଅଧିକାରୀ ସନ୍ତୋଷ ପ୍ରଧାନ ସ୍ଥାନୀୟ ଅଞ୍ଚଳର ଜଣେ ମହିଳାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଶାରୀରିକ ସଂପର୍କ ରଖିବା ପରେ ଅନ୍ତରଙ୍ଗ ସମୟର ଭିଡିଓଙ୍କୁ ଭାଇରାଲ୍ କରିଦେଇଥିଲେ। ଏହାପରେ ମଧ୍ୟ ସେ ଉକ୍ତ ମହିଳାଙ୍କ ଘରେ ପଶି ବିଭିନ୍ନ ଧମକ ଦେଇ ପୁଣିଥରେ ଦୁଷ୍କର୍ମ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ କାବୁ କରି ଉତ୍ତମ ମଧ୍ୟମ କରିବା ପରେ ପୁଲିସ ଜିମା ଦେଇଛନ୍ତି।

ଅନ୍ୟପଟେ ମହିଳାଙ୍କ ଏତଲା ପରେ ବେଲଘର ପୁଲିସ କେସ୍ ନମ୍ବର ୫୯ରେ ମାମଲା ରୁଜୁ କରିଥିବା ବେଳେ ବାଲିଗୁଡ଼ା ଇନ୍ସପେକ୍ଟର ସୁଶାନ୍ତ ସାହୁ ଅଭିଯୋଗର ତଦନ୍ତ ଭାର ଗ୍ରହଣ କରିଛନ୍ତି। ସନ୍ତୋଷ ଆହତ ଅବସ୍ଥାରେ ତୁମୁଡ଼ିବନ୍ଧ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ବେଳେ ସେଠାରୁ ଫେରାର ହୋଇଯାଇଥିଲେ। ଦୀର୍ଘ ୭ ଘଣ୍ଟା ପରେ ସିର୍ଲା ପଞ୍ଚାୟତର ବିରିମିଲା ଗାଁରୁ ପୁଲିସ ତାଙ୍କୁ କାବୁ କରିଥିଲା। ଏନେଇ ଆଉ ଏକ ମାମଲା ରୁଜୁ କରାଯାଇ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe