ସରକାରୀ ଅର୍ଥ ହଡ଼ପ ଘଟଣା: ଫେରାର ପୂର୍ବ ସରପଞ୍ଚ ଗିରଫ

Advertisment
ସରକାରୀ ଅର୍ଥ ହଡ଼ପ ଘଟଣା: ଫେରାର ପୂର୍ବ ସରପଞ୍ଚ ଗିରଫ

ଧର୍ମଗଡ଼: ସରକାର ଅର୍ଥ ହଡପ ଅଭିଯୋଗ ଘଟଣାରେ ଫେରାର୍‌ ଥିବା ପୂର୍ବତନ ସରପଞ୍ଚକୁ ପୁଲିସ ଗିରଫ କରିଛି। ସୂଚନାନୁସାରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ୍‌ ବ୍ରାହ୍ମଣ ଛେଣ୍ଡିଆ ଗ୍ରାମପଞ୍ଚାୟତରେ ୨୦୧୮-୧୯ ମସିହାରେ ସରକାରୀ ଅର୍ଥ ହଡପ ଅଭିଯୋଗ ହୋଇଥିଲା। ଅର୍ଥ ହଡପ ଅଭିଯୋଗରେ ଦୁର୍ନୀତି ନିବାରଣ ବିଭାଗ ଘଟଣାର ତଦନ୍ତ କରିଥିଲା। ଏହି ଘଟଣାରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶିବରାମ ସାହୁ ଆତ୍ମହତ୍ୟା କରିଥିଲେ। ସେହି ସମୟରେ ସରପଞ୍ଚ ଥିବା ଡି. କିଶୋର ନାଏକଙ୍କ ନାମରେ ମଧ୍ୟ ଭିଜିଲାନ୍ସ ମାମଲା ରୁଜୁ କରିଥିଲା। ମାମଲା ରୁଜୁ ହେବା ଜାଣି ସରପଞ୍ଚ ଶ୍ରୀ ନାଏକ ସେହି ସମୟରୁ ଫେରାର୍‌ ହୋଇଥିଲେ। ତାଙ୍କ ନାମରେ ଏକ ୱାରେଣ୍ଟ ଜାରି ହୋଇଥିଲା। ଫେରାର୍‌ ଥିବା ପୂର୍ବ ସରପଞ୍ଚ ଡି. କିଶୋର ନାଏକ ଆର୍‌ଡି ଛକ ନିକଟରେ ବସିଥିବା ନେଇ ଧର୍ମଗଡ଼ ଆଇଆଇସି ଦାମୋଦର ବିହାରୀ କୌଣସି ସୂତରୁ ଖବର ପାଇ ଚଢ଼ଉ କରିବା ସହ ପୂର୍ବତନ ସରପଞ୍ଚ ଡି. କିଶୋର ନାଏକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe