ପୂର୍ବତନ ଟ୍ରେଜେରି ଆକାଉଣ୍ଟାଣ୍ଟଙ୍କୁ ୩ ବର୍ଷ ଜେଲ୍‌

ଛିନ୍‌ତାଇ ଅଭିଯୋଗରେ ଯୁବକଙ୍କୁ ୨ ବର୍ଷ ଜେଲ୍

The Statesman

ଫୁଲବାଣୀ : ଗୁରୁବାର ଦିନ ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍‌ସ କୋର୍ଟ ଏକ ଲାଞ୍ଚ ମାମଲାର ଶୁଣାଣି କରି ଆକାଉଣ୍ଟାଣ୍ଟ ନାରାୟଣ ମଲିକଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୫ ହଜାର ଟଙ୍କା ଜରିମାନା ଶୁଣାଣି କରିଛନ୍ତି। ଜରିମାନା ଅନାଦେୟ ରହିଲେ ଅଧିକ ୩ ମାସ ଜେଲ୍‌ ଭୋଗିବାକୁ କୋର୍ଟ ନିଜ ରାୟରେ ଉଲ୍ଲେଖ କରିଛନ୍ତି।

ଘଟଣାରୁ ପ୍ରକାଶ, ବୌଦ୍ଧ ଜିଲ୍ଲା ଟ୍ରେଜେରି ଅଫିସର ପୂର୍ବତନ ଆକାଉଣ୍ଟାଣ୍ଟ ନାରାୟଣ ମଲିକ ଏକ ବିଲ୍‌ ପାସ କରାଇଦେବା ପାଇଁ ଅଭିଯୋଗକାରୀଙ୍କ ନିକଟରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍‌ସ ହାତରେ ଧରା ପଡ଼ିଥିଲେ। ଏ ନେଇ ଗତ ୨୦୧୯ ମସିହାରେ ବ୍ରହ୍ମପୁର ଭିଜିଲାନ୍‌ସ ପୁଲିସରେ ଏକ ମାମଲା ରୁଜୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe