କଂଗ୍ରେସକୁ ଫେରିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, କହିଲେ- ଦଳ ସହ ସବୁ ମତାନ୍ତର ଦୂର ହୋଇଛି

Advertisment
କଂଗ୍ରେସକୁ ଫେରିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, କହିଲେ- ଦଳ ସହ ସବୁ ମତାନ୍ତର ଦୂର ହୋଇଛି

ନୂଆଦିଲ୍ଲୀ/ଭୁବନେଶ୍ବର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରାକାନ୍ତ ଜେନା ବୁଧବାର କଂଗ୍ରେସରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀରେ ଏଆଇସିସିର ମୁଖ୍ୟ କାର୍ଯ୍ୟାଳୟ ୨୪ ଆକବର ରୋଡରେ ଓଡିଶା ପ୍ରଭାରୀ ଡକ୍ଟର ଅଜୟ କୁମାର ଓ ଅନ୍ୟାନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି। ଦଳରେ ସେ ଯୋଗଦେବା ପରେ କହିଛନ୍ତି ଦଳ ଓ ତାଙ୍କ ମଧ୍ୟରେ ଯେଉଁ ସବୁ ପାର୍ଥକ୍ୟ ଥିଲା ଆଲୋଚନା ପରେ ସମାଧାନ ହୋଇସାରିଛି।

ଓଡ଼ିଶାରେ ବିଜେପି-ବିଜେଡିକୁ ଟକ୍କର ଦେବା ପାଇଁ କଂଗ୍ରେସ-ଇଣ୍ଡି ମେଣ୍ଟକୁ ସୁଦୃଢ କରିବା ପାଇଁ ସେ କାର୍ଯ୍ୟ କରିବେ। କଂଗ୍ରେସ ନେତା ଓ କର୍ମୀ ମିଳିତ ଭାବେ କାର୍ଯ୍ୟ କରି ରାଜ୍ୟରେ ସାମାଜିକ ନ୍ୟାୟ ପ୍ରତିଷ୍ଠା କଥା ଦୋହରାଇଛନ୍ତି। ୨ଲକ୍ଷ କୋଟି ଟଙ୍କାର ଖଣି ଦୁର୍ନୀତି ଶାହା କମିସନ ପର୍ଦ୍ଦାଫାସ କରିବା ପରେ ମଧ୍ୟ ଉଭୟ ବିଜେଡି ଓ ବିଜେପି ପରସ୍ପରକୁ ସୁରକ୍ଷା ଦେଉଛନ୍ତି। ଦଳରେ ଯୋଗ ଦେବା ପୂର୍ବରୁ ସେ ଦଳର ଅଧ୍ୟକ୍ଷ ମଲ୍ଲାକାର୍ଜୁନ ଖଡ଼ଗେ ଓ ସଂଗଠନ ସାଧାରଣ ସମ୍ପାଦକ କେସି ବେନୁଗୋପାଳଙ୍କୁ ଭେଟିଥିଲେ।

ତେବେ ଦଳ ତାଙ୍କୁ ଆଗାମୀ ଦିନରେ ଯେଉଁ ଦାୟୀତ୍ବ ଦେବ ତାହାକୁ ସେ କାର୍ଯକାରୀ କରିବେ ବୋଲି କହିଛନ୍ତି। ସେ କଂଗ୍ରେସରେ ଯୋଗ ଦେବେ ବୋଲି ଗତ ଜାନୁଆରି ମାସରେ ପ୍ରଥମେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। ଦଳ ବିରୋଧି କାର୍ଯ୍ୟ ପାଇଁ ୨୦୧୮ ମସିହା ଡିସେମ୍ବର ମାସରେ ପ୍ରଥମେ ଶ୍ରୀ ଜେନାଙ୍କୁ ଦଳର ଇସ୍ତାହାର କମିଟିରୁ ବିଦା କରାଯିବା ପରେ ୨୦୧୯ ଜାନୁଆରି ମାସରେ ଦଳରୁ ସେ ବହିଷ୍କୃତ ହୋଇଥିଲେ। ତେବେ ବିହାର ରାଜ୍ୟ ରାଜନୀତିରେ ଅସ୍ଥିରତା ଦେଖାଦେବା ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ କାଉଣ୍ଟର କରିବା ପାଇଁ ଶ୍ରୀକାନ୍ତ ଜେନା ଖୋଜା ପଡ଼ିଥିଲେ। ଗତ କିଛିଦିନ ଧରି ସେ ଏଆଇସିସିର ବରିଷ୍ଠ ନେତା ମାନଙ୍କର ସମ୍ପର୍କରେ ଥିଲେ। ଓଡ଼ିଶାରେ ପରବର୍ତ୍ତି ରାଜନୈତିକ ପରିସ୍ଥିତିରେ ବିଜେଡି ଓ ବିଜେପି ବିରୋଦ୍ଧରେ ତାଙ୍କୁ ଅସ୍ତ୍ର ଭାବେ ଦଳ ବ୍ୟବହାର କରିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe