ବିଜେପି ଛାଡ଼ି ବିଜେଡିରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ 

Advertisment
ବିଜେପି ଛାଡ଼ି ବିଜେଡିରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ 

ସୁନ୍ଦରଗଡ଼: ଦଳ ପାଇଁ ଚିନ୍ତା ପାଲଟିଛନ୍ତି ଅସନ୍ତୁଷ୍ଟ। ଏହିକ୍ରମରେ ୨୦୧୭ରେ ନିର୍ବାଚିତ ବିଜେପିର ବାଲିଶଙ୍କରା ‘ଖ’ ଜୋନର ଜିଲ୍ଲା ପରିଷଦ ସଭ୍ୟ ଶ୍ରଦ୍ଧାକର ସାନୁଏନ ଆଜି ଦଳ ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି। ନିର୍ବାଚନ ସମୟରେ ଜଣେ ଜିଲ୍ଲା ପରିଷଦ ସଭ୍ୟଙ୍କ ଏପରି ଦଳ ଛାଡ଼ିବା ଚର୍ଚ୍ଚାର ବିଷୟ ହୋଇଛି। ଏହି ପରିପ୍ରେକ୍ଷିରେ ଶୁକ୍ରବାର ସୁନ୍ଦରଗଡ଼ ଜିଲ୍ଲା ପ୍ରଭାରୀ ପ୍ରୀତିରଞ୍ଜନ ଘଡ଼ାଇ, ଜିଲ୍ଲା ସଭାପତି ତଥା ସ୍ଵତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ବିନୟ ଟପ୍ପୋ, ରାଜ୍ୟ ଯୁବ କାର୍ଯ୍ୟକାରୀ ସଭାପତି ତଥା ତଲସରା ନିର୍ବାଚନ ମଣ୍ଡଳୀ ସହ ପର୍ଯ୍ୟବେକ୍ଷକ ବୈକୁଣ୍ଠ ନାଏକଙ୍କ ଉପସ୍ଥିତିରେ ତାଙ୍କୁ ଦଳରେ ସ୍ବାଗତ କରାଯାଇଥିଲା। ଦଳ ଶ୍ରଦ୍ଧାକରକୁ ନେଇ ଅଧିକ ମଜବୁତ ହେବ ବୋଲି ଜିଲ୍ଲା ସଭାପତି ପ୍ରକାଣ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ, ମହିଳା, ଯୁବ, ଛାତ୍ର କର୍ମକର୍ତ୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe