‘ପରୀକ୍ଷା ଚାପ ନୁହେଁ, ପର୍ବ’, ପରୀକ୍ଷା ଚାପରେ ଦୁଇ ବର୍ଷରେ ଆତ୍ମହତ୍ୟା କରିଛନ୍ତି ୨୪ହଜାର

Advertisment
ଫ୍ୟାନ୍‌ରେ ଝୁଲି ମହିଳାଙ୍କ ଆତ୍ମହତ୍ୟା

Deccan Chronicle

ଭୁବନେଶ୍ବର : ଆଗକୁ ପରୀକ୍ଷା ଋତୁ ଆସୁଛି। ମାଟ୍ରିକ୍‌ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇ ସାରିଛି। ତା ସହିତ ଯୁକ୍ତ ୨ ପରୀକ୍ଷା ମଧ୍ୟ ଆସୁଛି। ପରୀକ୍ଷାକୁ ନେଇ ଅନେକ ସମୟରେ କେତେକ ଛାତ୍ରଛାତ୍ରୀ ନିଜକୁ ଦୁର୍ବଳ ଭାବି ଭୟ, ଅବସାଦଗ୍ରସ୍ତ ହେବା ସହ ଆତ୍ମହତ୍ୟା ଭଳି ବିଚାର ମନକୁ ଆସିଥାଏ। ଜାତୀୟ ପରିବାର ସର୍ଭେ ରିପୋର୍ଟ ମୁତାବକ, ପରୀକ୍ଷାଜନିତ ଚାପରୁ ୨୦୧୪ ରୁ ୨୦୧୬ ମସିହା ମଧ୍ୟରେ ଦୁଇ ବର୍ଷରେ ସାରା ଭାରତରେ ୨୬,୪୭୬ ଜଣ ବିଦ୍ୟାର୍ଥୀ ଆତ୍ମହତ୍ୟା କରିଥିବା ବେଳେ ପରୀକ୍ଷା ଫଳ ପ୍ରକାଶନ ପରେ ଚାପଗ୍ରସ୍ତ ହୋଇ ୭,୪୬୨ ଜଣ ବିଦ୍ୟାର୍ଥୀ ଆତ୍ମହତ୍ୟା କରିଛନ୍ତି। ଏହି ସ୍ଥିତି ଉଦ୍‌ବେଗଜନକ ହୋଇଥିବାରୁ ଛାତ୍ରଛାତ୍ରୀମାନେ ପରୀକ୍ଷା ପାଇଁ ଚାପଗ୍ରସ୍ତ ନ ହୋଇ ପରୀକ୍ଷାକୁ ପର୍ବ ଭାବରେ ନେବାକୁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ପରାମର୍ଶ ଦେଇଛନ୍ତି। ‘ପରୀକ୍ଷା ପର୍ବ’ ନାମରେ ଏକ ସଚେତନତା କାର୍ଯ୍ୟକ୍ରମ ୬ଟି ଜିଲ୍ଲା ଯଥା କନ୍ଧମାଳ, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ଢେଙ୍କାନାଳ ଓ ଗଜପତିରେ ଚାଲିଥିବା ସେ ସୂଚନା ଦେଇଛନ୍ତି।

ରାଜ୍ୟ ଅତିଥି ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ପରୀକ୍ଷାଜନିତ ଉତ୍କଣ୍ଠା ଓ ଚାପ ହ୍ରାସ ପାଇଁ ପ୍ରଧାନମନ୍ତ୍ରୀ ଦେଇଥିବା ୨୫ଟି ଉପଦେଶ ସମସ୍ତ ପରୀକ୍ଷାର୍ଥୀ, ଅଭିବାବକ ଓ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଜିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ହେଉଛି ବୋଲି ସେ ସୂଚନା ଦେଇଥିଲେ। ପିଲାମାନଙ୍କୁ ମାନସିକ ସ୍ତରରେ ପ୍ରସ୍ତୁତ କରିବା ପାଇଁ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଚଳିତ ଫେବୃଆରୀ ୫ ତାରିଖରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ‘ରେଡ଼ିଓ ସ୍ପଟ୍‌’, ଜିଙ୍ଗିଲ୍ସ୍‌, ଫେସ୍‌ବୁକ୍‌, ଟ୍ୱିଟର ଏବଂ ୟୁଟୁବ୍‌ ଜରିଆରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି। ସେହିଭଳି ରାଜ୍ୟ ସରକାରଙ୍କ ତରଫରୁ ମଧ୍ୟ ମାଟ୍ରିକ ଏବଂ ଯୁକ୍ତ ୨ ପରୀକ୍ଷା ସମୟରେ ଯେଭଳି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କୌଣସି ଚାପ ସୃଷ୍ଟି ନ ହେବ ସେଥିପାଇଁ ବିଭିନ୍ନ କୌଶଳ ଅବଲମ୍ବନ କରାଯାଉଥିବା ସୂଚନା ମିଳିଛି। ସାମ୍ବାଦିକ ସମ୍ମିଳନୀରେ ଓଏସ୍‌ସିପିସିଆର ସଭ୍ୟ ହରିହର ନାୟକ, ଡ.ଗୀତାଞ୍ଜଳି ବସ୍ତିଆ, ସୁଶ୍ରୀ ମନ୍ଦାକିନୀ କର ଓ ଦିବ୍ୟା ଶାଶ୍ୱତୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe