୯ମ ପରୀକ୍ଷାରେ ୧୫ ହଜାର ପରୀକ୍ଷାର୍ଥୀ ଅନୁପସ୍ଥିତ, ଅନୁସନ୍ଧାନ ଚାଲିଛି: ଗଣଶିକ୍ଷା ମନ୍ତ୍ରୀ

Advertisment
୯ମ ପରୀକ୍ଷାରେ ୧୫ ହଜାର ପରୀକ୍ଷାର୍ଥୀ ଅନୁପସ୍ଥିତ, ଅନୁସନ୍ଧାନ ଚାଲିଛି: ଗଣଶିକ୍ଷା ମନ୍ତ୍ରୀ

YouTube

ଭୁବନେଶ୍ବର : ମାଟ୍ରିକ ପରେ ୯ମ ଶ୍ରେଣୀ ପରୀକ୍ଷାରେ ବି ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଛନ୍ତି। ୧୪ ହଜାର ୯୩୫ ପରୀକ୍ଷାର୍ଥୀ ପଞ୍ଜୀକରଣ କରିଥିଲେ ମଧ୍ୟ ପରୀକ୍ଷାରେ ଭାଗନେଇ ନାହାନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ(ବିଏସ୍‌ଇ) ଦ୍ବାରା ପରିଚାଳିତ ଏହି ପରୀକ୍ଷାରେ ଏତେ ସଂଖ୍ୟକ ପରୀକ୍ଷାର୍ଥୀ ଭାଗ ନ ନେବା ଘଟଣାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅତି ଗୁରୁତ୍ବର ସହ ନେଇଛି। କେଉଁ କାରଣ ଲାଗି ୧୫ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଆସିଲେ ନାହିଁ ତାହାର ଅନୁସନ୍ଧାନ କରାଯିବ। ଆଗାମୀ ଦିନରେ କିଭଳି ଏହି ସମସ୍ୟାର ପୁନରାବୃତ୍ତି ନ ‌ହୁଏ ସେଥିପ୍ରତି ଗୁରୁତ୍ବ ଦିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

publive-image The Indian Express

ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ ପ୍ରତିଟି ପିଲାଙ୍କ ଭବିଷ୍ୟତ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ। କୌଣସି ବି ପରିସ୍ଥିତିରେ ଯେପରି ଗୋଟିଏ ବି ପିଲା ପାଠପଢ଼ାରୁ ବଞ୍ଚିତ ନ ହୁଏ ସେଥିପ୍ରତି ଆମେ ପ୍ରାଥମିକତା ଦେଉଛୁ। ଦଶମରେ ଯେଉଁ ୪୩ ହଜାର ପିଲା ଅନୁପସ୍ଥିତ ରହିଥିଲେ ସେମାନଙ୍କ ରିପୋର୍ଟ ମଗାଯାଇଛି। ଇତିମଧ୍ୟରେ କିଛି ଜିଲ୍ଲାରୁ ରିପୋର୍ଟ ଆସିଗଲାଣି। ବିଭିନ୍ନ କାରଣ ଲାଗି ପିଲାମାନେ ଏଥର ପରୀକ୍ଷାରେ ଅଂଶଗ୍ରହଣ କରିନାହାନ୍ତି। କରୋନା ଯୋଗୁଁ ପାଠପଢ଼ା ପ୍ରଭାବିତ ହୋଇଥିବାରୁ ବହୁ ଛାତ୍ରଛାତ୍ରୀ ସ୍କୁଲ ଆସିନାହାନ୍ତି କି ପରୀକ୍ଷାରେ ଅଂଶଗ୍ରହଣ କରିନାହାନ୍ତି। ପରୀକ୍ଷାକୁ ଭୟ କରିଯାଇଛନ୍ତି। ଅଧିକାଂଶ ଛାତ୍ରଛାତ୍ରୀ ଏସ୍‌ଏ-୧ ପରୀକ୍ଷା ଦେଇଥିବାରୁ ଏସ୍‌ଏ-୨ରେ ଅଂଶଗ୍ରହଣ କରିବାରେ ଆବଶ୍ୟକତା ନ ଥିବା‌ ଦର୍ଶାଇ ପରୀକ୍ଷାରୁ ଦୂରେଇ ରହିଛନ୍ତି। ଅଧାରୁ ପାଠପଢ଼ା ଛାଡ଼ିଥିବା କିଛି ଛାତ୍ରୀ ବିବାହ କରିଥିବାର ଘଟଣା ସାମ୍ନାକୁ ଆସିଛି। ଯାହାକି ଚିନ୍ତାର କାରଣ ପାଲଟିଛି। ଏହା ଉପରେ ଅଧିକ ଅନୁସନ୍ଧାନ ଜାରି ରହିଛି। ୯ମ ଶ୍ରେଣୀ ପରୀକ୍ଷାରେ ପାଖାପାଖି ୧୫ ହଜାର ପିଲା ଅନୁପସ୍ଥିତ ନେଇ ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ ଚଳିତବର୍ଷ ୫ ଲକ୍ଷ ୬୬ ହଜାର ୨୬୯ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ନାମ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୫ ଲକ୍ଷ ୫୧ ହଜାର ୩୩୪ ପରୀକ୍ଷା ଦେଇଛନ୍ତି ଏବଂ ଫଳ ପ୍ରକାଶ ପାଇଛି। କେଉଁ କାରଣ ପାଇଁ ୯ମରେ ଏତେ ସଂଖ୍ୟକ ଛାତ୍ରଛାତ୍ରୀ ପରୀକ୍ଷା ଦେଇନାହାନ୍ତି ବିଭାଗ ପକ୍ଷରୁ ତା’ଉପରେ ତର୍ଜମା କରାଯାଉଛି। ବିଭାଗୀୟ ଅଧିକାରୀମାନେ ବିଦ୍ୟାର୍ଥୀଙ୍କ ଅନୁପସ୍ଥିତ ବିଷୟକୁ ଗମ୍ଭୀରତାର ସହ ନେଇ ଅନୁଧ୍ୟାନ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe