ମାଛଧରା ଡଙ୍ଗାରୁ ବିଦେଶୀ ସିଗାରେଟ୍ ମିଳିବା ଘଟଣାର ଖୋଳତାଡ଼

ପାରାଦୀପ ସମୁଦ୍ରପଥ ଦେଇ ବଢ଼ୁଛି ଚୋରା ନିଶା କାରବାର। ଗତକାଲି ମାଛଧରା ଡଙ୍ଗାରୁ ବିଦେଶୀ ସିଗାରେଟ୍ ମିଳିବା ପରେ ଏହି ସନ୍ଦେହ ବଢ଼ିବାରେ ଲାଗିଛି। କେତେକ ନିର୍ଦ୍ଦିଷ୍ଟ ଅଣ ପଞ୍ଜୀକୃତ ମାଛଧରା ଡଙ୍ଗାରେ ଏ ସବୁ କାରବାର ଚାଲିଥିବା କୁହାଯାଉଛି।

fhhkhkffkhf

ଜଗତସିଂହପୁର: ପାରାଦୀପ ସମୁଦ୍ରପଥ ଦେଇ ବଢ଼ୁଛି ଚୋରା ନିଶା କାରବାର। ଗତକାଲି ମାଛଧରା ଡଙ୍ଗାରୁ ବିଦେଶୀ ସିଗାରେଟ୍ ମିଳିବା ପରେ ଏହି ସନ୍ଦେହ ବଢ଼ିବାରେ ଲାଗିଛି। କେତେକ ନିର୍ଦ୍ଦିଷ୍ଟ ଅଣ ପଞ୍ଜୀକୃତ ମାଛଧରା ଡଙ୍ଗାରେ ଏ ସବୁ କାରବାର ଚାଲିଥିବା କୁହାଯାଉଛି। ଗତକାଲି ଯେଉଁ ଜୟାସାଗର ଡଙ୍ଗାରେ ଅଘଟଣ ଘଟିଲା, ସେଥିରେ ମାତ୍ର ତିନି ଜଣ ମତ୍ସ୍ୟଜୀବୀ ଥିଲେ। ତିନି ଜଣ ମତ୍ସ୍ୟଜୀବୀ ମାଛ ମାରିବା ପାଇଁ ସମୁଦ୍ରକୁ ଯିବା ଅସମ୍ଭବ ବୋଲି ଗତକାଲି ସଂଘ ପକ୍ଷରୁ କୁହାଯାଇଥିଲା। ଡଙ୍ଗାରୁ ବିଦେଶୀ ସିଗାରେଟ୍ କେଉଁଠୁ ଆସିଲା ତାହାର ବିଧିବଦ୍ଧ ତଦନ୍ତ ପାଇଁ ମଧ୍ୟ ଦାବି କରାଯାଇଥିଲା। ବିଭିନ୍ନ ଦେଶରୁ ଆସୁଥିବା ଜାହାଜ ବନ୍ଦରକୁ ପ୍ରବେଶ କରିବା ପୂର୍ବରୁ ସମୁଦ୍ରରେ ଆଙ୍କରେଜ୍ କରି ରହିଥିବା ସମୟରେ ବିଦେଶୀ ମାଦକ ଦ୍ରବ୍ୟ, ସିଗାରେଟ୍ ଓ ଅନ୍ୟ ନିଶାଦ୍ରବ୍ୟ ଡଙ୍ଗା ସାହାଯ୍ୟରେ ଚାଲାଣ କରାଯାଉଥିବା ସନ୍ଦେହ କରାଯାଉଛି। ଏଥିପାଇଁ ସ୍ବତନ୍ତ୍ର ମାଫିଆ କାମ କରୁଛନ୍ତି। ଗଭୀର ସମୁଦ୍ରରେ କେତେକ ନିର୍ଦ୍ଦିଷ୍ଟ ଅଣପଞ୍ଜିକୃତ ଡଙ୍ଗା ସାହାଯ୍ୟରେ ମାଦକ ଦ୍ରବ୍ୟକୁ ଚାଲାଣ କରାଯାଉଛି। ସେଠାରୁ ମାଦକ ଦ୍ରବ୍ୟ ଆସିବା ପରେ ଏହାକୁ ପାରାଦୀପ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ପଠାଯାଉଛି। ଏହା ପଛରେ ଏକ ବିଧିବଦ୍ଧ ରାକେଟ୍ କାମ କରୁଥିବା ସନ୍ଦେହ ପରିସରକୁ ଆସିଛି।

ପୁଲିସ ସୂଚନା ଆଧାରରେ ସୀମାଶୁଳ୍କ ବିଭାଗର ତଦନ୍ତ
ଜାହାଜରୁ ୨୨୦ କୋଟି ଟଙ୍କାର କୋକେନ୍ ମିଳିବା ଏବେ ବି ରହସ୍ୟମୟ

ପାରାଦୀପର ବିଭିନ୍ନ ସ୍ଥାନରେ ଅନେକ ବିଦେଶୀ ମାଦକ ଦ୍ରବ୍ୟ ଓ ସିଗାରେଟ୍ ମିଳୁଛି। ଏହା ଚୋରା କାରବାର ବୋଲି ସ୍ପଷ୍ଟ ହୋଇଥିଲେ ମଧ୍ୟ ଏହାର ଉତ୍ସ ଏଯାଏ ଜଣାପଡ଼ିନାହିଁ। ସେହିପରି ଗତକାଲି ଡଙ୍ଗାରୁ ବିଦେଶୀ ସିଗାରେଟ୍ ମିଳିବା ପରେ ପୁଲିସ ପକ୍ଷରୁ ସୀମାଶୁଳ୍କ ବିଭାଗକୁ ଅବଗତ କରାଯାଇଛି। କେଉଁଠୁ ଓ କେମିତି ବିଦେଶୀ ସିଗାରେଟ୍ ଆସିଲା, ସେ ନେଇ ଖୋଳତାଡ଼ କରୁଛି ସୀମାଶୁଳ୍କ ବିଭାଗ।

୨୦୨୩ ନଭେମ୍ବର ଶେଷ ଭାଗରେ ପାରାଦୀପ ବନ୍ଦରରେ ‘ଏମ୍ ଦେବୀ’ ନାମକ ଜାହାଜରୁ ଜବତ ହୋଇଥିବା ପ୍ରାୟ ୨୨୦ କୋଟି ଟଙ୍କାର କୋକେନ୍ ମାମଲାର ଏଯାଏଁ ପର୍ଦ୍ଦାଫାସ୍ ହୋଇପାରିଲା ନାହିଁ। ଇଣ୍ଡୋନେସିଆର ଗ୍ରେସିକ୍‌ରୁ ଜାହାଜଟି ପାରାଦୀପ ବନ୍ଦରକୁ ଆସିଥିଲା। ସୀମାଶୁଳ୍କ କର୍ତ୍ତୃପକ୍ଷ ଜାହାଜରୁ ୨୨ ପ୍ୟାକେଟ୍‌ କୋକେନ୍ ଜବତ କରିଥିଲା। ତେବେ ଏତେ ପରିମାଣର ଉତ୍କଟ ମାଦକଦ୍ରବ୍ୟ କୋକେନ୍ କେଉଁଠୁ ଆସିଲା? କେଉଁଠିକୁ ଚାଲାଣ ପାଇଁ ଯାଇଥାନ୍ତା? କିଏ ଏହାକୁ ଆଣିଥିଲା, ତାହା ଏବେ ବି ଅସମାହିତ ରହିଛି। ଘଟଣାକୁ ପ୍ରାୟ ବର୍ଷେ ପୂରିବାକୁ ଯାଉଥିଲେ ମଧ୍ୟ ଏହି ରହସ୍ୟ ଉପରୁ ପରଦା ଉଠିପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe