ଆଇଏଫ୍‌ଏସ୍‌ସ୍ତରରେ ଅଦଳବଦଳ: ଏସ୍‌କେ ପୋପଲି ପିସିସିଏଫ୍‌(କେନ୍ଦୁପତ୍ର)

Advertisment
ଆଇଏଫ୍‌ଏସ୍‌ସ୍ତରରେ ଅଦଳବଦଳ: ଏସ୍‌କେ ପୋପଲି ପିସିସିଏଫ୍‌(କେନ୍ଦୁପତ୍ର)

CollegeDekho

ଭୁବନେଶ୍ବର : ଆଇଏଫ୍‌ଏସ୍‌ (ଇଣ୍ଡିଆନ୍‌ ଫରେଷ୍ଟ ସର୍ଭିସ୍‌)ରେ ବୁଧବାର ବଡ଼ ଧରଣର ଅଦଳବଦଳ ହୋଇଛି। ପିସିସିଏଫ୍‌ କାର୍ଯ୍ୟାଳୟ ସମେତ ଡିଏଫ୍‌ଓସ୍ତରରେ ମୋଟ ୨୫ ଜଣ ଅଧିକାରୀଙ୍କୁ ଅଦଳବଦଳ କରାଯାଇଛି। ଖାଲି ପଡ଼ିଥିବା ପିସିସିଏଫ୍‌(କେନ୍ଦୁପତ୍ର) ଦାୟିତ୍ବ ଏସ୍‌ କେ ପୋପଲିଙ୍କୁ ଦିଆଯାଇଛି। ଆଇଏଫ୍‌ଏସ୍‌ ଉମା ନନ୍ଦୁରିଙ୍କୁ ଏପିସିସିଏଫ୍‌(ଏଫ୍‌ସି) ଭାବେ ନିଯୁକ୍ତି ଦିଆଯିବା ସହ ସେ ଓଏମ୍‌ବିଏଡିସିର ସିଇ ଭାବେ ଅତିରିକ୍ତ ଦାୟିତ୍ବରେ ରହିବେ। ପ୍ରେମ କୁମାର ଝା ଏପିସିସିଇ(ପିପି ଆଣ୍ଡ ଏ) ଭାବେ ନିଯୁକ୍ତି ପାଇଛନ୍ତି। ଏଥିସହ ସେ ‘କାମ୍ପା’ର ସିଇଓ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ। ରମେଶ କୁମାର ସେଠୀଙ୍କୁ ସିସିଏଫ୍‌, ଅମିତାଭ୍‌ ବର୍ମାଙ୍କୁ ସିସିଏଫ୍‌(ପି ଆଣ୍ଡ ଏ), ସୁଦର୍ଶନ ପାତ୍ରଙ୍କୁ କଟକ ସର୍କଲର ସିଏଫ୍‌(କେନ୍ଦୁପତ୍ର), ଅଶ୍ବିନୀ କୁମାର କରଙ୍କୁ ଭବାନୀପାଟଣା ସର୍କଲର ଆରସିସିଏଫ୍‌, ସୁଦୀପ ନାୟକଙ୍କୁ ଅନୁଗୁଳର ଓଏଫ୍‌ଆରସି, ପ୍ରସନ୍ନ କୁମାର ସାହୁଙ୍କୁ ସମ୍ବଲପୁର ସିଏଫ୍‌(କେନ୍ଦୁପତ୍ର), ମିହିର କୁମାର ବିଶ୍ବାଳ, ପ୍ରଦୀପ୍ତ କୁମାର ସାହୁ, ଦିଲ୍ଲୀପ କୁମାର ସ୍ବାଇଁ ଓ ଚନ୍ଦକା ଡିଏଫ୍‌ଓ କେଦାର କୁମାର ସ୍ବାଇଁଙ୍କୁ ପିସିସିଏଫ୍‌ କାର୍ଯ୍ୟାଳୟର ସିଏଫ୍‌, ବିକାଶ ରଞ୍ଜନ ଦାସ ଓ ସତ୍ୟନାରାୟଣ ଭୂୟାଁଙ୍କୁ ପିସିସିଏଫ୍‌(ବନ୍ୟପ୍ରାଣୀ) କାର୍ଯ୍ୟାଳୟର ସିଏଫ୍‌ ଭାବେ ବଦଳି କରାଯାଇଛି। ସେହିପରି ମହାନଦୀ ବନ୍ୟପ୍ରାଣୀ ଡିଭିଜନ୍‌ର ଡିଏଫ୍‌ଓ ହର୍ଷବର୍ଦ୍ଧନ ଉଦ୍‌ଗାତାଙ୍କୁ ପିସିସିଏଫ୍‌ କାର୍ଯ୍ୟାଳୟର ଡିସିଏଫ୍‌, ସଞ୍ଜିତ୍‌ କୁମାରଙ୍କୁ ନନ୍ଦନକାନନର ଉପନିର୍ଦେଶକ, ସଞ୍ଜୟ କୁମାର ସ୍ବାଇଁଙ୍କୁ କଟକ ଡିଏଫ୍‌ଓ, ଭି. ନିଳାମ୍ବରଙ୍କୁ ସମ୍ବଲପୁର ଡିଏଫ୍‌ଓ, ଜଗୟାନ୍‌ଦତ୍ତ ପତିଙ୍କୁ ରଜନଗର ଡିଏଫ୍‌ଓ(ବନ୍ୟପ୍ରାଣୀ), ନିତୀଶ୍ କୁମାରଙ୍କୁ ଡିଏଫ୍‌ଓ ବଲାଙ୍ଗୀର, ମିରାସ୍‌ ପି ଦେବୀଦାସଙ୍କୁ ସୁନ୍ଦରଗଡ଼ ଡିଏଫ୍‌ଓ, ସନ୍ଦୀପ ପାଠୀଙ୍କୁ କଳାହାଣ୍ଡି(ଉତ୍ତର) ଡିଭିଜନ୍‌ ଡିଏଫ୍‌ଓ, ପ୍ରତାପ କୋଟପାଲ୍ଲିଙ୍କୁ ମାଲକାନଗିରି ଡିଏଫ୍‌ଓ ଭାବେ ବଦଳି କରାଯାଇଛି। ଏସଂକ୍ରାନ୍ତରେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe