Eduvoice
ଭୁବନେଶ୍ବର : ରାଜ୍ୟ ସରକାର ଆଜି ଆଇଏଏସ୍ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି। କୃଷି ବିଭାଗର ପ୍ରମୁଖ ସଚିବ ସୌରଭ ଗର୍ଗ କେନ୍ଦ୍ରୀୟ ଡେପୁଟେସନ୍ରେ ଯିବା ପରେ ସେହି ବିଭାଗର ସ୍ବତନ୍ତ୍ର ସଚିବ ସୁରେଶ ବୈଶିଷ୍ଠଙ୍କୁ ସଚିବ ଭାବେ ଦାୟିତ୍ବ ଦିଆଯାଇଛି। ଶ୍ରୀ ବୈଶିଷ୍ଠ ଏବେ ଅନ୍ୟ ରାଜ୍ୟରେ ନିର୍ବାଚନ ଡ୍ୟୁଟିରେ ଥିବାରୁ କୃଷି ଉତ୍ପାଦନ କମିସନର ରାଜକୁମାର ଶର୍ମା କୃଷି ବିଭାଗର ଦାୟିତ୍ବରେ ରହିବେ। ସେହିପରି ଶକ୍ତି ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ଗ୍ରୀଡ଼୍କୋ ଓ ଓପିଟିସିଏଲ୍ର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି।
Follow Us