ପୁଲିସ-ନକ୍ସଲ ଗୁଳିବିନିମୟ: ଖସିଗଲେ ଦୁର୍ଦାନ୍ତ ନକ୍ସଲ, ମାଓ ସାମଗ୍ରୀ ଜବତ

Advertisment
ପୁଲିସ-ନକ୍ସଲ ଗୁଳିବିନିମୟ: ଖସିଗଲେ ଦୁର୍ଦାନ୍ତ ନକ୍ସଲ, ମାଓ ସାମଗ୍ରୀ ଜବତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୁଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଗୁଳି ବିନିମୟରେ ଦୁର୍ଦ୍ଦାନ୍ତ ନକ୍ସଲ କ୍ୟାଡର ଖସି ଚାଲିଯିବାରେ ସଫଳ ହୋଇଛନ୍ତି। ବିଶେଷ ସୂତ୍ରରୁ ଖବର ପାଇ ୨୧୦ କୋବ୍ରା ବାଟାଲିୟନର ଯବାନ ଏବଂ ୮୫ ସିଆରପିଏଫ ଯବାନ ଗାଙ୍ଗଲୁର ଥାନା ଅନ୍ତର୍ଗତ ହିର୍ମଗଣ୍ଡ ଗ୍ରାମ ନିକଟସ୍ଥ ଜଂଗଲରେ ଚଢାଉ କରିଥିଲେ। ନକ୍ସଲମାନେ ପୁଲିସକୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ। ଯବାନ ପାଲଟା ଜବାବ ଦେଇଥିଲେ। ଏହି ଗୁଳି ବନିନମୟ କାଳରେ ନକ୍ସଲ ଖସି ପଳାଇବାରେ ସକ୍ଷମ ହୋଇଥିଲେ।  ଘଟଣାସ୍ଥଳରୁ ପୁଲିସ ବନ୍ଧୁକ,ଧନୁତୀର ସମେତ ବହୁ ମାଓ ସାମଗ୍ରୀ ଜବତ କରିଛି। ପୁଲିସ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରଖିଛି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe