ମଦ ଧରିବାକୁ ଆସି ହଟହଟା ହେଲେ ଅବକାରୀ କର୍ମଚାରୀ, ଉଦ୍ଧାର କଲା ପୁଲିସ

Advertisment
ମଦ ଧରିବାକୁ ଆସି ହଟହଟା ହେଲେ ଅବକାରୀ କର୍ମଚାରୀ, ଉଦ୍ଧାର କଲା ପୁଲିସ

ସୋର: ମଦ ଧରିବାକୁ ଆସି ଅବକାରୀ ଅଧିକାରୀ ଓ କର୍ମଚାରୀ ହଟହଟା ହୋଇଥିବା ବେଳେ ପୁଲିସ ସେମାନଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି।

ଆଜି ସକାଳେ ଅନନ୍ତପୁର ଫାଣ୍ଡି ଅଧୀନ ଆମ୍ବତୋଟା ଗ୍ରାମର ପର୍ଶୁରାମ ପରିଡ଼ା ଓ ତାଙ୍କ ଭାଇ ବୁଦ୍ଧିରାମ ପରିଡ଼ାଙ୍କ ଘର ଓ ବାଡ଼ିରେ ଚୋରା ମଦ ରଖି ବ୍ୟବସାୟ କରୁଥିବା ଅଭିଯୋଗରେ ଜଳେଶ୍ୱର ଅବକାରୀ ସେଟଲାଇଟ ଥାନା ଆଇଆଇସି ଲକ୍ଷସାଧବ ପ୍ରଧାନ ଏକ ଟିମ ସହ ସେଠାରେ ପହଂଚି ଖୋଜା ଖୋଜି କରିଥିଲେ, ଯାହାକୁ ନେଇ ବୁଦ୍ଧିରାମ ଓ ପର୍ଶୁରାମ ବିରୋଧ କରି ଅବକାରୀ କର୍ମଚାରୀ ଓ ଅଧିକାରୀଙ୍କୁ ଅଟକ ରଖିଥିଲେ। ପରେ ବୁଦ୍ଧିରାମ ନିକଟସ୍ଥ ଅନନ୍ତପୁର ଫାଣ୍ଡିକୁ ଖବର ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷକୁ ବୁଝାସୁଝା କରି ଅବକାରୀ କର୍ମଚାରୀଙ୍କୁ ଉଦ୍ଧାର କରିଥିଲେ।

ଏନେଇ ବୁଦ୍ଧିରାମଙ୍କୁ ପଚାରିବାରୁ ମୁଁ ଓ ମୋ ଭାଇ ଜଣେ ପ୍ରତିଷ୍ଠିତ ଲୋକ ହୋଇଥିବାରୁ ବିନା କାରଣରେ ଆମ ଘରେ ବାଡ଼ିରେ ପଶି ଅବକାରୀ କର୍ମଚାରୀମାନେ ମଦ ଖୋଜାଖୋଜି କରିଥିଲେ ଯାହାକୁ ନେଇ ମୋର ସମ୍ମାନ ହାନି ହୋଇଛି। ଏଣୁ ଆମେ ତାଙ୍କୁ ଅଟକ ରଖି ପୁଲିସକୁ ଖବର ଦେଇଥିଲୁ। ଆଇଆଇଆସି ଲକ୍ଷସାଧବ ପ୍ରଧାନଙ୍କ ସହ ଯୋଗାଯୋଗ କରିବାରୁ ସେମାନେ ଦୀର୍ଘଦିନ ଧରି ମଦ ବ୍ୟବସାୟ କରୁଥିବାର ଅଭିଯୋଗ ଆମ ପାଖରେ ଥିଲା। ସେଥିପାଇଁ ଆମେ ଆସିଥିଲୁ ମାତ୍ର ସେମାନେ ଆମକୁ ସଠିକ ଭାବେ ଯାଞ୍ଚ କରିବାକୁ ଦେଲେନାହିଁ। ଯେଉଁଥିପାଇଁ କିଛି ମିଳିପାରିନଥିବା କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe