ବିଦେଶୀମଦ ଦୋକାନରେ ଅବକାରୀ ଚଢ଼ଉ

Advertisment
ବିଦେଶୀମଦ ଦୋକାନରେ ଅବକାରୀ ଚଢ଼ଉ

ଟିଟିଲାଗଡ଼ : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ରେଳଷ୍ଟେସନ ରାସ୍ତାରେ ଥିବା ମଧୁବନ ଠିପିବନ୍ଦ ବିଦେଶୀମଦ ଦୋକାନରେ ବିଭିନ୍ନ ଅନିୟମିତତା ହେଉଥିବା ଅଭିଯୋଗ ପାଇ ଟିଟିଲାଗଡ଼ ଅବକାରୀ ବିଭାଗ ଗୁରୁବାର ଅପରାହ୍ଣରେ ଚଢ଼ଉ କରିଛି। ଏହି ସମୟରେ ମଦ ଦୋକାନର ବିଭିନ୍ନ କାଗଜପତ୍ର ଯାଞ୍ଚ କରାଯାଇଥିଲା।

ବିଭାଗୀୟ ସୂଚନା ଅନୁସାରେ, ବିଳମ୍ବିତ ରାତି ପର୍ଯ୍ୟନ୍ତ ଦୋକାନ ଖୋଲା ରହୁଥିବା, କର୍ମଚାରୀମାନେ ପରିଚୟପତ୍ର ସହ ୟୁନିଫର୍ମ ପିନ୍ଧୁନଥିବା, ଅନୁମୋଦିତ କର୍ମଚାରୀଙ୍କ ବଦଳରେ ଅନ୍ୟଲୋକ ବସୁଥିବା, ଦୋକାନରେ ଷ୍ଟକ୍ ବିବରଣୀ, ମୂଲ୍ୟ ସାରଣୀ ଦର୍ଶାଯାଇ ନଥିବା, ଧାର୍ଯ୍ୟମୂଲ୍ୟଠାରୁ ଅଧିକ ଦାମରେ ବିକ୍ରି କରାଯାଉଥିବା ଆଦି ଅଭିଯୋଗ ହୋଇଥିଲା। ଚଢ଼ଉ ସମୟରେ ଅଭିଯୋଗରେ ସତ୍ୟତା ଥିବା ଜଣାପଡ଼ିଛି ଓ ଏ ସଂପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯିବ ବୋଲି ଅବକାରୀ ଅଧିକାରୀ ଆଶିଷ ବେହେରା ସୂଚନା ଦେଇଛନ୍ତି। ଆସନ୍ତା ୧୫ ତାରିଖ ଦିନ ଜିଲ୍ଲା ଅବକାରୀ ମୁଖ୍ୟଙ୍କଠାରେ ଦୋକାନ ମାଲିକ ତଥା ଲାଇସେନ୍ସଧାରୀ ନଗେନ୍ଦ୍ର ନାଥ ସାହୁଙ୍କୁ ହାଜର ହେବାକୁ ନୋଟିସ ଦିଆଯାଇଥିବା ସୂଚନା ମିଳିଛି।

ଅପରପକ୍ଷରେ ସଂପୃକ୍ତ ଦୋକାନର କର୍ମଚାରୀ ଅବକାରୀ ବିଭାଗ ଉଦ୍ଦେଶ୍ୟମୂଳକ ଭାବେ ଏହି ଚଢ଼ଉ କରିଥିବା ଅଭିଯୋଗ କରିଛନ୍ତି। ସହର ଓ ଆଖପାଖ ଗ୍ରାମାଞ୍ଚଳରେ ପାନ ଦୋକାନ, ଅଣ୍ଡା ଦୋକାନଠୁ ନେଇ ବିଭିନ୍ନ ଢାବାରେ ଖୋଲାଖୋଲି ଦେଶୀ ବିଦେଶୀମଦ ଅବାଧରେ ବିକ୍ରି ହେଉଥିଲେ ବି ଅବକାରୀ ବିଭାଗ ଅଣଦେଖା କରୁଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe