ବିଦାହେଲେ ଅବକାରୀ ଏସ୍‌ଆଇ, ଚୋରା ମଦ ବେପାରୀଙ୍କୁ ସୁରକ୍ଷା ଦେଉଥିଲେ

ବିଦାହେଲେ ଅବକାରୀ ଏସ୍‌ଆଇ, ଚୋରା ମଦ ବେପାରୀଙ୍କୁ ସୁରକ୍ଷା ଦେଉଥିଲେ

ନୟାଗଡ଼ : ଚୋରା ଦେଶୀ ମଦ ବେପାରୀଙ୍କଠାରୁ ଚାନ୍ଦା ନେଇ ଚୋରା ମଦ କାରବାରକୁ ‌ପ୍ରୋତ୍ସାହନ ଦେବା ‌ନୟାଗଡ଼ ସଦର ଅବକାରୀ ଥାନା ଏସ୍‌ଆଇ ତଥା ଖଣ୍ଡପଡ଼ା ଅବକାରୀ ଥାନା ଦାୟିତ୍ବ‌ରେ ଥିବା ଏସ୍‌ଆଇ ହଟିଆ ବେହେରାଙ୍କୁ ମହଙ୍ଗା ପଡ଼ିଛି। ତାଙ୍କୁ ଶୁକ୍ରବାର ଦିନ ନିଲମ୍ବନ କରାଯାଇଥିବା ଉପଜିଲ୍ଲାପାଳ ତଥା ଅବକାରୀ ଅଧୀକ୍ଷକ ଦାୟିତ୍ବରେ ଥିବା ଶକ୍ତିକାନ୍ତ ରାୟଙ୍କଠାରୁ ସୂଚନା ମିଳିଛି। ଏଇ ମାମାଲାରେ ଗତ ୧୨ ତାରିଖରେ କନେଷ୍ଟବଳ ପ୍ରଦୀପ୍ତ ନାୟକ ସସ୍‌ପେଣ୍ଡ୍‌ ହୋଇଥିଲେ।

ଉଲ୍ଲେଖଯୋଗ୍ୟ ଯେ ଖଣ୍ଡପଡ଼ା ଅଞ୍ଚଳର ଜନୈକ ଚୋରା ମଦ ବେପାରୀଙ୍କ ସହିତ ଚାନ୍ଦା ନେଇ ଅବକାରୀ ବିଭାଗର ଏଇ ଦୁଇ ନିଲମ୍ବିତ କର୍ମଚାରୀଙ୍କର ୮ରୁ ଅଧିକ ଅଡିଓ ପଦାକୁ ଆସିଥିଲା। ଏହି ଦୁଇ କର୍ମଚାରୀଙ୍କର ଚୋରା ମଦ ବେପାରୀଙ୍କ ସହିତ ସମ୍ପର୍କ ନେଇ ‘ସମ୍ବାଦ’ରେ ପ୍ରଥମେ ଗତ ୮ ତାରିଖରେ ଖବର ପ୍ରକାଶନ ସହିତ ଫଲୋଅପ୍‌ ରିପୋର୍ଟ ମଧ୍ୟ ପ୍ରକାଶ ପାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe