ମଦ ଚଢ଼ଉ ବେଳେ ଅବକାରୀ ଟିମ୍‌କୁ ଠେଙ୍ଗାମାଡ଼: କୁକୁର ଛାଡ଼ିଦେଲେ, ଭ୍ୟାନ୍ କାଚ ଭାଙ୍ଗିଲେ, ୫ କର୍ମଚାରୀ ଆହତ, ଥାନାରେ ମାମଲା ରୁଜୁ

Advertisment

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଆଠଗଡ଼ପାଟଣା ଗ୍ରାମରେ ଆଜି ଅବକାରୀ ଟିମ୍ ବେଆଇନ ମଦ ଧରପଗଡ଼ କରିବାକୁ ଯାଇ ନିସ୍ତୁକ ମାଡ଼ ଖାଇଛନ୍ତି। ମଦ ମାଫିଆଙ୍କ ପ୍ରରୋଚନାରେ ଗ୍ରାମବାସୀ ସେମାନଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ।

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଆଠଗଡ଼ପାଟଣା ଗ୍ରାମରେ ଆଜି ଅବକାରୀ ଟିମ୍ ବେଆଇନ ମଦ ଧରପଗଡ଼ କରିବାକୁ ଯାଇ ନିସ୍ତୁକ ମାଡ଼ ଖାଇଛନ୍ତି। ମଦ ମାଫିଆଙ୍କ ପ୍ରରୋଚନାରେ ଗ୍ରାମବାସୀ ସେମାନଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ।

dsdsdcxcd

କବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଆଠଗଡ଼ପାଟଣା ଗ୍ରାମରେ ଆଜି ଅବକାରୀ ଟିମ୍ ବେଆଇନ ମଦ ଧରପଗଡ଼ କରିବାକୁ ଯାଇ ନିସ୍ତୁକ ମାଡ଼ ଖାଇଛନ୍ତି। ମଦ ମାଫିଆଙ୍କ ପ୍ରରୋଚନାରେ ଗ୍ରାମବାସୀ ସେମାନଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ପ୍ରାୟ ୩୦ରୁ ଅଧିକ ଲୋକ ଠେଙ୍ଗା ଓ କାଠଫାଳିଆ ଧରି ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିବା ସହ ବେଲ୍‌ଟ ଖୋଲି କୁକୁର ଛାଡ଼ି ଦେଇଥିଲେ। ଠେଙ୍ଗା, ପଥର ମାଡ଼ ଓ ତଳେ ପଡ଼ି ୫ ଜଣ କର୍ମଚାରୀ ଲହୁଲୁହାଣ ହୋଇଛନ୍ତି। କେବଳ ସେତିକି ନୁହେଁ, ଆକ୍ରମଣକାରୀମାନେ ଅବକାରୀ ଟିମ୍‌ର ଭ୍ୟାନ୍ କାଚ ପିଟି ଭାଙ୍ଗି ଦେଇଛନ୍ତି। କବିସୂର୍ଯ୍ୟନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛି।

ଗାଁରେ ବେଆଇନ ମଦ କାରବାର ଚାଲିଥିବା ନେଇ ସୂଚନା ମିଳିବା ପରେ ବୁଧବାର ଅବକାରୀ ବିଭାଗର ଜିଲ୍ଲା ମୁଖ୍ୟାଳୟ ଛତ୍ରପୁରରୁ ଏକ ଟିମ୍‌ ସେଠାରେ ଚଢ଼ଉ କରିଥିଲା। ଅବକାରୀ କର୍ମଚାରୀଙ୍କୁ ଦେଖି ଗ୍ରାମବାସୀ ପ୍ରବଳ ବିରୋଧ କରିଥିଲେ। ତଥାପି ଟିମ୍ ଗାଁ ଭିତରକୁ ଯିବା ଲାଗି ଚେଷ୍ଟା କରିବାରୁ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। କିଛି ଗ୍ରାମବାସୀ କାଠଫାଳିଆ ଓ ଠେଙ୍ଗାରେ ସେମାନଙ୍କୁ ପିଟିବା ଆରମ୍ଭ କରିଥିଲେ। ଜୀବନ ବଞ୍ଚାଇବା ପାଇଁ କର୍ମଚାରୀମାନେ ଦୌଡ଼ି ପଳାଇବାକୁ ଚେଷ୍ଟା କରିବା ବେଳେ ସେମାନଙ୍କ ଆଡ଼କୁ କୁକୁର ଛାଡ଼ିଦିଆଯିବା ସହ ପଥର ମାଡ଼ କରାଯାଇଥିଲା। ଏହି ସମୟରେ କର୍ମଚାରୀଙ୍କୁ ଗ୍ରାମବାସୀ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଥିଲେ। ଏଥିରେ କନେଷ୍ଟବଳ ସ୍ବାଧୀନ ସାହୁ, ପବିତ୍ର ସାହୁଙ୍କ ସମେତ ୫ ଜଣ ଆହତ ହୋଇଛନ୍ତି। ପୁରୁଷୋତ୍ତମପୁର ଏସ୍‌ଡିପିଓ ଦୀପକ କୁମାର ମିଶ୍ର ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଅବକାରୀ ଏସ୍‌ଆଇ ସୂର୍ଯ୍ୟନାରାୟଣ ରଥଙ୍କ ଏତଲା କ୍ରମେ କବିସୂର୍ଯ୍ୟନଗର ଥାନାରେ ଏକ ମାମଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe