ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍‌ସ ହାତରେ ଧରାପଡ଼ିଲେ ଅବକାରୀ ଅଧୀକ୍ଷକ ଓ ଏଏସଆଇ

Advertisment
ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ: ଆରଏମସିର ମାର୍କେଟ ସରକାରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

the news room

ଦେବଗଡ଼: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍‌ସ ହାତରେ ଧରାପଡିଛନ୍ତି ଅବକାରୀ ଅଧୀକ୍ଷକ ଅଜିତ ମହାପାତ୍ର ଓ ବାରକୋଟ ଅବକାରୀ ବିଭାଗର ଏଏସଆଇ ମଥୁରା ମ‌ୋହନ ପ୍ରଧାନ। ଜଣେ ଦେଶୀ ମଦ ଭାଟି ମାଲିକଠାରୁ ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ଭିଜିଲାନ୍‌ସ ଅଧିକାରୀ ଉଭୟଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଦେଶୀ ମଦ ଭାଟିର ଅନ୍ୟତ୍ର ଉପଶାଖା କରିବା ପାଇଁ ଉକ୍ତ ଭାଟି ମାଲିକକୁ ଅବକାରୀ ଅଧିକ୍ଷକ ଶ୍ରୀ ମହାପାତ୍ର ୨ ଲକ୍ଷ ୮୮ ହଜାର ଟଙ୍କା ଦାବି କରିଥିଲେ। ବୁଧବାର ଉକ୍ତ ଦେଶୀ ମଦ ଭାଟି ମାଲିକ ବାରକୋଟ ଏଏସଆଇ ମଥୁରା ମୋହନ ପ୍ରଧାନଙ୍କୁ ଦେଢ ଲକ୍ଷ ଟଙ୍କା ‌ଦେଇଥିଲେ। ମୋହନ ପ୍ରଧାନ ଉକ୍ତ ଟଙ୍କା ନେଇ ଅବକାରୀ ଅଧୀକ୍ଷକ ଅଜିତ ମହାପାତ୍ରଙ୍କୁ ଦେଇଥିଲେ। ଏହି ସମୟରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍‌ସ ବିଭାଗ ଅଧିକାରୀ ଉଭୟଙ୍କୁ ଟଙ୍କା ସହ କାବୁ କରି‌ନେଇଥିଲେ। ପରେ ଭିଜିଲାନ୍‌ସ ବିଭାଗ ପକ୍ଷରୁ ଅବକାରୀ ଅଧୀକ୍ଷକ ଶ୍ରୀ ମହାପାତ୍ରଙ୍କ ବାସଭବନ ଓ ଏଏସଆଇ ମଥୁରା ଶ୍ରୀ ପ୍ରଧାନଙ୍କ ବାସଭବନରେ ଭିଜିଲାନ୍‌ସ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ଅଜିତଙ୍କୁ ଦେବଗଡ଼ ଭିଜିଲାନ୍‌ସ ଅଫିସ୍‌ରେ ରଖି ଅଧିକ ପଚରାଉଚରା କରାଯାଉଛି। ସେହିଭଳି ଏଏସ୍‌ଆଇ ଶ୍ରୀ ପ୍ରଧାନଙ୍କୁ ଭିଜିଲାନ୍‌ସ ବିଭାଗ ପକ୍ଷରୁ ବାରକୋଟ ନିଆଯାଇ ଅଧିକ ତଦନ୍ତ କରାଯାଉଛି। ଅନ୍ୟପଟେ ଉକ୍ତ ଚଢଉରେ ବିଭାଗର ୪ଟି ଟିମ୍‌ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe